ଶାହାରୁଖ୍‌ଙ୍କ ପୁଅ ବୋଲି କାହାକୁ କହନ୍ତି ନାହିଁ ଆର୍ୟନ୍‌, କାରଣ ସ୍ପଷ୍ଟ କଲେ କିଙ୍ଗ ଖାନ୍‌

ମୁମ୍ବାଇ : ଏହି ଖବରଟି ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସତ । ଆର୍ୟନ୍‌ ଶାହାରୁଖ୍‌ଙ୍କ ପ୍ରଥମ ସନ୍ତାନ ହୋଇ ମଧ୍ୟ ସେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ନୁହଁ ବୋଲି ସମସ୍ତଙ୍କୁ କହିଥାନ୍ତି । ଯଦି କେହି ଶାହାରୁଖ୍‌ଙ୍କ ମୁହଁ ସହ ସାମଞ୍ଜ୍ୟସ ଦେଖି ତାଙ୍କୁ କିଛି ପଚାରେ ସେ ମନା କରି ତୁରନ୍ତ ସେଠାରୁ ଚାଲି ଯାଆନ୍ତି । ଏହି ବିଷୟରେ ଆଉ କେହି ନୁହଁ ବରଂ ନିଜେ ଶାହାରୁଖ୍‌ ଖୋଲାଖୋଲି ଭାବରେ ସମସ୍ତଙ୍କୁ ଜଣାଇଛନ୍ତି । ଏକ ସାକ୍ଷାତକାରରେ ସେ ତାଙ୍କ ପୁଅ ବିଷୟରେ ଏହି ଅଜବ କଥା ସମସ୍ତଙ୍କୁ ଜଣାଇଛନ୍ତି ।

India Today

ଆର୍ୟନ ଯଦି ତାଙ୍କ ସାଙ୍ଗ ସହ ବାହାରକୁ ବୁଲି ଯିବା ସମୟରେ ତୁମେ ଶହାରୁଖ୍‌ ଖାନ୍‌ଙ୍କ ପୁଅ ବୋଲି ଯଦି କେହି ପଚାରେ ସେ ତୁରନ୍ତ ନାଁ କହି ସେଠାରୁ ଚାଲି ଆସନ୍ତି । ଏହାର କାରଣ ହେଉଛି ତାଙ୍କୁ ତାଙ୍କ ସାଙ୍ଗମାନଙ୍କ ସହ ବ୍ୟକ୍ତିଗତ ସମୟ ବିତାଇବାର ଥାଏ, ଯାହା ଜଣେ ଷ୍ଟାର କିଡ଼୍‍କୁ କେବେ ମିଳି ନଥାଏ । ଲୋକମାନଙ୍କ ନଜରରୁ ବଞ୍ଚିବା ପାଇଁ ସେ ଏପରି କହିଥାନ୍ତି ବୋଲି ଶାହାରୁଖ୍‌ ସ୍ପଷ୍ଟ କରିଥିଲେ । ସେଥିପାଇଁ ମୁଁ ମୋ ପିଲାମାନଙ୍କୁ ବିଦେଶ ପଢ଼ିବାକୁ ଛାଡ଼ିଛି । ଏହା ଦ୍ୱାରା ସେମାନେ ସାଧାରଣ ମଣିଷ ଭଳି ବଞ୍ଚି ପାରୁଛନ୍ତି ।

ସମ୍ବନ୍ଧିତ ଖବର