ଗୋଟେ ଫିଲ୍ମ ପାଇଁ ୫୪କୋଟି ଟଙ୍କା ନେଉଛନ୍ତି ଅକ୍ଷୟ କୁମାର!

ମୁମ୍ବାଇ: ବଲିଉଡ୍‌ର ସଫଳ କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର । ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରିବା ସହ ବର୍ଷରେ ଏକାଧିକ ଫିଲ୍ମରେ ନଜର ଆସୁଛନ୍ତି ଖିଲାଡି କୁମାର । ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହେଉଥିବା ବେଳେ ଏବେ ସେ ଫିଲ୍ମ ପାଇଁ ନେଉଥିବା ଟଙ୍କା ବଢ଼ାଇଥିବା ଜଣା ପଡ଼ିଛି । ଗୋଟେ ଫିଲ୍ମ ପାଇଁ ସେ ୫୪କୋଟି ଟଙ୍କା ନେଉଥିବା ଜଣା ପଡ଼ିଛି । ୨୦୧୨ରେ ସେ ଗୋଟେ ଫିଲ୍ମ ପାଇଁ ୨୭କୋଟି ନେଉଥିବା ବେଳେ ଏବେ ତାହା ବଢ଼ିଥିବା ସୂଚନା ମିଳିଛି ।

Image result for akshay-kumar
India Today

ତାଙ୍କର ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ‘ରାଉଡି ରାଥୋର୍‌’ର ଦ୍ୱିତୀୟ ଭାଗରେ ନଜର ଆସିବେ । ଅଗଷ୍ଟ ୧୫ରେ ତାଙ୍କର ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହେବାକୁ ଯାଉଛି । ଯେଉଁଥିରେ ତାଙ୍କ ସହ, ସୋନାକ୍ଷୀ ସିହ୍ନା, ବିଦ୍ୟା ବାଲାନ୍‌, ତାପ୍‌ସୀ ପନ୍ନୁ ଇତ୍ୟାଦି ନଜର ଆସିବେ ।

ସମ୍ବନ୍ଧିତ ଖବର