ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆଶା ନେଗି, ଅଭିଷେକଙ୍କ ବିପକ୍ଷରେ ଆସିବେ ନଜର

ମୁମ୍ବାଇ : ପୂର୍ବରୁ ଅନେକ ଟିଭି ତାରକା ଛୋଟ ପରଦାରେ ଧମାଲା ମଚାଇବା ପରେ ବଡ଼ ପରଦାକୁ ଡେଇଁଛନ୍ତି । ସେ ମଧ୍ୟରେ ଅଙ୍କିତା ଲୋଖଣ୍ଡେ, ମ୍ରିନାଲ୍ ଠାକୁର, ସୁଶାନ୍ତ ସିଂହ ରାଜପୁତ୍‌ ଓ ଜୟ ଭାନୁଶାଲୀଙ୍କ ନାଁ ରହିଥିବା ବେଳେ ଏବେ ଆଉ ଏକ ନାଁ ସାମିଲ ହେବାକୁ ଯାଉଛି । ଛୋଟ ପରଦରେ ଜଣାଶୁଣା ଅଭିନେତ୍ରୀ ଆଶା ନେଗି ଏବେ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି । ଅନୁରାଗ ବାସୁଙ୍କ ରୋମାଣ୍ଟିକ୍‌ ଫିଲ୍ମରେ ସେ ଅଭିନେତା ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ନଜର ଆସିବା ନେଇ ସୂଚନା ମିଳିଛି ।

Image result for asha-negi-bollywood-debut-with-abhishek-bachchan
News18.com

ତେବେ ଏହି ଫିଲ୍ମରେ ଅଭିଷେକଙ୍କ ସହ ରାଜକୁମାର ରାଓ, ଫାତିମା ସନା ଶେଖ୍‌, ଆଦିତ୍ୟ ରଏ କପୁର, ପଙ୍କଜ ତ୍ରିପାଠି ଏବଂ ସାନ୍ୟା ମଲହୋତ୍ରା ଥିବା ଜଣା ପଡ଼ିଛି । ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଆଶାଙ୍କ ପକ୍ଷରୁ କି ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

ସମ୍ବନ୍ଧିତ ଖବର