ଟାଇଗରଙ୍କ ହିରୋଇନ ହେବା ସ୍ୱପ୍ନ ନେଇ ଆସିଥିବା ଏହି ଯୁବତୀ ହେଲେ ଠକେଇର ଶିକାର, ହରାଇଲେ ୪.୫ ଲକ୍ଷ ଟଙ୍କା

ମୁମ୍ବାଇ : ଆଗରୁ ଫିଲ୍ମରେ ହିରୋଇନ୍‌ କରାଇ ଦେବା ନାଁରେ ଯୁବକଯୁବତୀମାନଙ୍କୁ ଠକିବାର ଖବର ଅନେକ ଥର ଆସି ସାରିଛି । ଏବେ ପୁଣି ଥରେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ତାଙ୍କ ଆଗାମୀ ଫିଲ୍ମ ‘ରାମ୍ବୋ’ ସହ ଜଡ଼ିତ ବୋଲି ଜଣାପଡ଼ିଛି । ମହାରାଷ୍ଟ୍ରର ଜାଲନାରେ ରହୁଥିବା ଜଣେ ଯୁବତୀଙ୍କ ଠାରୁ ଟାଇଗରଙ୍କ ଆଗାମୀ ଫିଲ୍ମ ‘ରାମ୍ବୋ’ରେ ତାଙ୍କ ବିପକ୍ଷରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଗୋଟିଏ ଏଜେନ୍ସି ତାଙ୍କ ଠାରୁ ୪.୫ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ପକ୍ଷରେ ଠକାମିର ଶିକାର ହେବା ପରେ ଯୁବତୀ ଜଣଙ୍କ ପୁଲିସରେ ଏତଲା ଦେଇଥିବା ଜଣାପଡ଼ିଛି ।

The Indian Express

ସୂଚନା ମୁତାବକ,ଛୋଟ ବେଳୁ ଜଣେ ଭଲ ଅଭିନେତ୍ରୀ ହେବାର ଇଛା ରଖିଥିବା ପ୍ରଯୁକ୍ତା ଫିଲ୍ମରେ ହିରୋଇନ୍‌ ହେବା ପାଇଁ ଦିଲ୍ଲୀରେ ଥିବା ଇମ୍ପାକ୍ଟ ଫିଲ୍ମ ଏଜେନ୍ସି ସହ ସଂପର୍କ କରିଥିଲେ । ଏଜେନ୍ସି ସହ ସଂପର୍କ କରିବା ପରେ ବଲିଉଡ଼ର ଜଣାଶୁଣା ପ୍ରଯୋଜକ ସାଜିଦ୍‌ ନାଦିଆଦଓ୍ଵାଲା ତାଙ୍କର ଆଗାମୀ ଫିଲ୍ମ ‘ରାମ୍ବୋ’ ପାଇଁ ହିରୋଇନ୍‌ ଖୋଜୁଛନ୍ତି ବୋଲି ପ୍ରଯୁକ୍ତାଙ୍କୁ ଜଣାଇ ଦିଆଯାଇଥିଲା । ଏଥି ପାଇଁ ଏଜେନ୍ସି ତରଫରୁ ଦୁଇ ଜଣ ଯୁବକ ନାସିକ୍‌ର ଏକ ହୋଟେଲରେ ପ୍ରଯୁକ୍ତାଙ୍କର ଅଡ଼ିସନ ନେଇଥିଲେ ଏଜେନ୍ସିର ଦୁଇ ଯୁବକ । ଏହା ସହ ପ୍ରଯୁକ୍ତାଙ୍କ ମନରେ ବିଶ୍ୱାସ ଆଣିବା ପାଇଁ ଜଣେ ଅଜଣା ଯୁବକଙ୍କୁ ଟାଇଗର ଶ୍ରଫ୍‌ ବନାଇ ଫୋନ୍‌ ଯୋଗେ କଥା କରାଯାଇଥିଲା । ପରେ ତାଙ୍କର ମେକ୍‌ଓଭର କରାଯିବ ବୋଲି କହି ଏଜେନ୍ସିର ଦୁଇ ଯୁବକ ପ୍ରଯୁକ୍ତାଙ୍କଠାରୁ ୪.୫ଲକ୍ଷ ଟଙ୍କା ନେଇଥିଲେ । ମେକ୍‌ଓଭର ପାଇଁ ମୁମ୍ବାଇରେ ପହଞ୍ଚିବା ପରେ ପ୍ରଯୁକ୍ତାଙ୍କୁ ସବୁ ସତ କଥା ଜଣା ପଡ଼ିଥିଲା । ଏ ନେଇ ପ୍ରଜକ୍ତା ଅଭିଯୋଗ କରିଥିଲେ ମଧ୍ୟ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପାରି ନାହିଁ ମୁମ୍ବାଇ ପୁଲିସ ।

ସମ୍ବନ୍ଧିତ ଖବର