ଉତ୍ତର ପ୍ରଦେଶର ଏକ କଲେଜରେ ବିଏଡ୍‍ ପରୀକ୍ଷା ଦେଲେ ବିଗ୍‌ ବି ଅମିତାଭ ବଚ୍ଚନ! ଖବର ପଛର ସତ୍ୟତା ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌

ଗୋଣ୍ଡା(ଉତ୍ତରପ୍ରଦେଶ): ବଲିଉଡ୍‌ର ବିଗ୍‌ ବି ତଥା ମହାନାୟକ ଅମିତାଭ ବଚ୍ଚନ ଏ ବୟସରେ ବିଏଡ଼୍‍ ପରୀକ୍ଷା ଦେଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡ଼ିଆରେ ଏହା ପ୍ରସାର ହେବାରେ ଲାଗିଥିବା ବେଳେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅମିତାଭ ବଚ୍ଚନଙ୍କ ଫଟୋ ଲାଗିଥିବା ଏକ ଆଡ଼୍‍ମିଟ୍‌ କାର୍ଡ଼ର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହି ଖବରଟି ସାମ୍ନାକୁ ଆସିଥିଲା । ଏହି ଫଟୋ ପଛର ସତ୍ୟତା ଜଣାପଡ଼ିବା ପରେ ଏବେ ସମସ୍ତେ ବିସ୍ମିତ ହୋଇଛନ୍ତି।

Zee News

ସୂଚନା ମୁତାବକ,ଉତ୍ତରପ୍ରଦେଶର ଡ଼ାକ୍ତର ରାମ ମନୋହର ଲୋହିଆ ଅବଧ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅମିତ୍‌ ଦ୍ୱିବେଦୀ ନାମକ ଜଣେ ଛାତ୍ରଙ୍କୁ ଦିଆଯାଇ ଥିବା ଆଡ଼୍‍ମିଟ୍‌ କାର୍ଡ଼ରେ ଅମିତାଭ ବଚ୍ଚନଙ୍କ ଫଟୋ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ମନା କରି ଦିଆଯାଇଥିଲା । କିନ୍ତୁ ଅମିତ୍‌ଙ୍କ ପରିବାର ଲୋକ ସେଠି ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ତ୍ରୁଟି ନେଇ ଆପତ୍ତି ଉଠାଇଥିେଲେ। ପରେ ଅମିତ୍‌ ପରୀକ୍ଷା ଦେଇ ପାରିଥିଲେ । ଆଡ଼୍‍ମିଟ୍‌ କାର୍ଡ଼ ବା ମାର୍କସିଟ୍‌ରେ କୌଣସି ସେଲିବ୍ରିଟିଙ୍କ ଫଟୋ ଲାଗିବା ଘଟଣା ଆଗରୁ ମଧ୍ୟ ଅନେକ ଥର ଘଟି ସାରିଛି । ଏହା ପୂର୍ବରୁ ଆଗ୍ରା ବିଶ୍ୱବିଦ୍ୟାଳୟ ଜଣେ ଛାତ୍ରଙ୍କ ମାର୍କସିଟ୍‌ରେ ଅଭିନେତା ସଲମାନ ଖାନ୍‌ଙ୍କ ଫଟୋ ଲଗାଇ ତାଙ୍କୁ ଦେଇଥିଲେ ।

ସମ୍ବନ୍ଧିତ ଖବର