ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବଡ଼ ଭୁଲ କରିବାରୁ ରୋକିଥିଲେ ମାଧୁରୀ ଦୀକ୍ଷିତ

ମୁମ୍ବାଇ : ୯୦ଦଶକରେ .ଲୋକପ୍ରିୟତା ଲାଭ କରିଥିବା  ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଯାଦୁ ଏବେ ବି ଜାରି ରହିଛି । ତାଙ୍କର  ହସ, .ସୌନ୍ଦର୍ଯ୍ୟ ଏବଂ ନୃତ୍ୟଶୈଳୀ ପାଇଁ ଲୋକେ ତାଙ୍କର ଦିଓ୍ଵାନା ଥିବା ବେଳେ ଥରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କୁ ବଡ଼ ଭୁଲ କରିବାରୁ ରୋକିଥିଲେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ମୁମ୍ବାଇରେ ଏକ ଦାତବ୍ୟ କାର୍ଯ୍ୟକ୍ରମରେ ଭୋଜିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଭୟ ମାଧୁରୀ ଦୀକ୍ଷିତ୍‌ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଜୀ ଯୋଗ ଦେଇଥିଲେ । ସେ ସମୟରେ ବାଜପେୟୀଜୀ ମଧୁମେହ ରୋଗର ଶିକାର ଥିବାରୁ ତାଙ୍କୁ ମିଠା ଖାଇବାରୁ ବର୍ଜିତ ରଖାଯାଇଥିଲା । କିନ୍ତୁ ବାଜପେୟୀଜୀ ମିଠା ଛାଡ଼ି ପାରୁ ନଥିଲେ । ଭୋଜିରେ ଗୁଲାବ ଜାମୁନ ଦେଖି ବାଜପେୟୀଜୀ ସେଠାକୁ ଯାଉଥିବା ଦେଖି ତାଙ୍କ ସୁରକ୍ଷାକର୍ମୀ ମାଧୁରୀ ଦୀକ୍ଷିତ୍‌ଙ୍କୁ ଆଣି ତାଙ୍କ ଆଗରେ ଠିଆ କରି ଦେଇଥିଲେ ।

Zee News

ବଲିଉଡ୍‌ର ଏବଂ ମାଧୁରୀ ଦୀକ୍ଷିତଙ୍କ ବଡ଼ ପ୍ରଶଂସକ ଥିବାରୁ ଅଟଳ ବିହାରୀ ବାଜପେୟୀ ମାଧୁରୀ ଦୀକ୍ଷିତ୍‌ଙ୍କୁ ଦେଖି ତାଙ୍କ ସହ ଗପିବାରେ ମଜି ଯାଇଥିଲେ । ଯାହା ଦ୍ୱାରା ତାଙ୍କୁ ମିଠା ଖାଇବାର ଥିଲା ବୋଲି ସେ ଭୁଲି ଯାଇଥିଲେ । ବାଜପେୟୀଜୀଙ୍କୁ କଥା ହେଉଥିବାର ଦେଖି ତାଙ୍କ ସୁରକ୍ଷାକର୍ମୀ ରଖା ଯାଇଥିବା ଗୁଲାବଜାମୁନକୁ ସେଠାରୁ ହଟାଇ ଦେଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର