ଆଣ୍ଟି ନମସ୍କାର’ରେ ଶ୍ରୀତମ-ଜୀନା ଯୋଡ଼ିଙ୍କ ପ୍ରେମ କାହାଣୀରେ ରହିଛି ଜବରଦସ୍ତ ଟ୍ଵିଷ୍ଟ୍‍ , ଜାଣନ୍ତୁ ତାହା କ’ଣ

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦେଶକ ଶ୍ରୀତମ୍‌ ଦାସ ଏକ ନୂଆ ସିନେମାରେ ନାୟକ ଭୂମିକାରେ ଆସୁଛନ୍ତି । ଏହି ସିନେମାର ଟାଇଟଲ୍‌ ହେଲା ‘ଆଣ୍ଟି ନମସ୍କାର’ । ଏଥିରେ ତାଙ୍କର ପ୍ରେମିକା ବନିଛନ୍ତି ଓଲିଉଡ୍‌ ନାୟିକା ଜୀନା । ଏହି ଫିଲ୍ମରେ ଶ୍ରୀତମଙ୍କୁ ଭିନ୍ନ ଗେଟଅପରେ ଦେଖିବାକୁ ପାଇବେ ଏବଂ ସେ ଦୁଇ ପ୍ରକାରର ଚରିତ୍ରରେ ଅଛନ୍ତି । ଏଥିମଧ୍ୟରୁ ଗୋଟିକରେ ସେ ବନିଛନ୍ତି ଜୀନାଙ୍କ ପ୍ରେମିକ ।

ଏହି ସିନେମାରେ ଜୀନା ଜଣେ ଆଭିଜାତ୍ୟସଂପନ୍ନ ପରିବାରର ଝିଅ ଭୂମିକା ତୁଲାଇଛନ୍ତି । ଅପରପକ୍ଷରେ ଶ୍ରୀତମ୍‌ ଜଣେ ସାଧାରଣ ଯୁବକ । ଏ ଦୁହିଁଙ୍କର ପ୍ରେମ କାହାଣୀରେ ରହିଛି ଜବରଦସ୍ତ ଟ୍ଵିଷ୍ଟ୍‍ । ତେବେ ଶ୍ରୀତମ-ଜୀନା ଯୋଡ଼ି କି କମାଲ୍‌ କରିବେ ତାହା‘ଆଣ୍ଟି ନମସ୍କାର’ ରିଲିଜ୍‌ ପରେ ଜଣାଯିବ । ନିରଞ୍ଜନ ବେହେରା ଏହି ସିନେମାର ନିର୍ଦେଶନା ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ ,ଜର୍ଜ ତିଆଡି ,ମୀନକେତନ, ରବି ମିଶ୍ର ,ସୁମନ୍‌ ପ୍ରମୁଖ ବି ଅଛନ୍ତି । ଏହାର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅଗ୍ନିରାଜ । ଖୁବ୍‌ ଶୀଘ୍ର ଏହା ପରଦାକୁ ଆସିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର