ଜାଣନ୍ତି କି ! ଏହି ବଲିଉଡ ନାୟିକା ଏକ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ
ଭୁବନେଶ୍ୱର: ନବେ ଦଶକର ଲୋକପ୍ରିୟ ବଲିଉଡ ନାୟିକାମାନଙ୍କ ମଧ୍ୟରୁ ଆୟେଶା ଜୁଲ୍କା ଅନ୍ୟତମ। ଜାଣନ୍ତି କି ,ସେ କେବଳ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ହଁ ଆୟେଶା ଜୁଲ୍କା ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ରକତେ ଲେଖିଚି ତୋରି ନାଆଁ’ରେ ଅଭିନୟ କରିଥିଲେ। ଏଥିରେ ଜଣେ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀ ଭୂମିକାରେ ନଜର ଆସିଥିଲେ ସେ। ଏହି ସିନେମାରେ ସିଦ୍ଧାନ୍ତ, ସୁନୀଲ କୁମାର, ମିହିର ଦାସ ଏବଂ ସୀମା ଚକ୍ରବର୍ତ୍ତୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଚଳଚ୍ଚିତ୍ରରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଆୟେଶା ଦିଲ୍ଲୀରେ ପଢ଼ୁଥିବା ସମୟରେ ଫ୍ୟାଶନ୍ ଡ଼ିଜାଇନିଂ କରୁଥିଲେ। ଏହାପରେ ମଡ଼େଲିଂ ଆଡ଼କୁ ଢ଼ଳିଥିଲେ ଆୟେଶା। ସେ ସର୍ବପ୍ୟଥମେ ପରାଗନ୍ ଶାଢ଼ୀର ମଡ଼େଲ୍ ବନିଥିଲେ।ବଲିଉଡ଼୍ରେ ଆୟେଶାଙ୍କୁ ଏଣ୍ଟ୍ରି ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ଯୋଡ଼ି ଅବ୍ବାସ୍-ମସ୍ତାନ୍।ଏ ଯୋଡ଼ିଙ୍କର ଫିଲ୍ମ ‘ଖିଲାଡ଼ି’ରୁ ଆୟେଶା ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଫିଲ୍ମର ଗୀତ‘ଓ୍ଵାଦା ରହା ସନମ୍ ହୋଙ୍ଗେ ଜୁଦା ନା ହମ୍….ଗୀତ ଯେମିତି ଲୋକପ୍ରିୟ ହୋଇଥିଲା,ଠିକ୍ ସେହିପରି ଆୟେଶାଙ୍କୁ ମଧ୍ୟ ଲୋକପ୍ରିୟତା ମିଳିଥିଲା।ଏହାପରେ ଆୟେଶା ଜୁଲକା ଅମୀର୍ ଖାନ୍ଙ୍କ ବିପକ୍ଷରେ ମନ୍ସୁର ଖାନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଯୋ ଜିତା ଓ୍ଵହି ସିକନ୍ଦର୍’ଫିଲ୍ମରେ ନାୟିକା ଭୂମିକାରେ ଅଭିନୟ ରକିଥିଲେ।ଆୟେଶାଙ୍କ ପ୍ରଥମ ଫିଲ୍ମ ‘ଖିଲାଡ଼ି ’ ସୁପର୍ହିଟ୍ ହୋଇଥିଲା।ଠିକ୍ ସେହିପରି ‘ଯୋ ଜିତା ଓ୍ଵହି ସିକନ୍ଦର୍’ମଧ୍ୟ ବକ୍ସ ଅଫିସ୍ରେ ସୁପରହିଟ୍ ହୋଇଥିଲା।
ଆୟେଶା ଜୁଲ୍କା ଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ସିନେମାଗୁଡ଼ିକ ହେଲା-କୁର୍ବାନ୍,ଦଲାଲ୍ ,ମାସୁମ୍,ସୂରଜ୍,ଚାଚୀ-୪୨୦,ସଂଗ୍ରାମ,ବିଶ୍ୱବିଧାତା,ତ୍ରିଶକ୍ତି,ଶିକାର,ସର୍ ଉଠାକେ ଜିୟୋ,ଜଜ୍ ମୁଦରିମ୍ ଓ ଘୁଂଘଟ୍ ଇତ୍ୟାଦି।ସେ ମିଥୁନ ଚକ୍ରବର୍ତ୍ତୀଙ୍କ ବିପକ୍ଷରେ ‘ଦଲାଲ୍’ସିନେମାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଗୀତ ଗୁଟୁରୁ ଗୁଟୁରୁ ଅଟରିୟା ପେ ଲୌଟନ୍ କବୁତର୍ ରେ…. ନାଚି ଖୁବ୍ ଚର୍ଚ୍ଚିତା ହୋଇଥିଲେ ଆୟେଶା।ସେ ସଲମନ୍ ଖାନ୍ଙ୍କ ସହିତ ,‘କୁର୍ବାନ୍’,ଅକ୍ଷୟ କୁମାରଙ୍କ ବିପକ୍ଷରେ ହମ୍ ହେ ବେମିଶାଲ୍,ବିଶ୍ୱବିଧାତା ରେ ଜ୍ୟାକି ଶ୍ରଫ୍ଙ୍କ ସହିତ ଏବଂ କମଲ ହାସନ୍ଙ୍କ ସହିତ ଚାଚୀ-୪୨୦ ଇତ୍ୟାଦିରେ କାମ କରିଥିଲେ।
ଆୟେଶା ଜୁଲ୍କା ଅନେକ ସମୟରେ ରୋମାନ୍ସ ଓ ଆଫେଆର୍ ପାଇଁ ଖୁବ୍ ଚର୍ଚ୍ଚିତା ହେଇଛନ୍ତି। ତାଙ୍କର ଅଭିନେତା ଇନ୍ଦର କୁମାର,ଅରମାନ୍ କୋହଲି,ନାନା ପାଟେକର୍,ନିର୍ଦ୍ଦେଶକ ଚିନ୍ନି ପ୍ରକାଶ ପ୍ରମୁଖଙ୍କ ବିଭିନ୍ନ ସମୟରେ ପ୍ରେମ ସଂପର୍କ ଥିବା ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ତେବେ ପ୍ରେମରେ ବିଫଳତା ହିଁ ତାଙ୍କୁ ମିଳିଥିଲା।ପରବର୍ତ୍ତୀ ସମୟରେ ଆୟେଶା ଚରିତ୍ର ଅଭିନୟକୁ ମଧ୍ୟ ଆସିଥିଲେ।