ମୁମ୍ବାଇ : ନିଜର ଦମ୍ଦାର ଅଭିନୟ ପାଇଁ ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ଆର୍ଟିକିଲ-୧୫ରେ ଆୟୁଷ୍ମାନଙ୍କ ପୁଲିସ ଚରିତ୍ରକୁ ଲୋକେ ପ୍ରଶଂସା କରିଥିଲେ । ତେବେ ଯଦି ଆୟୁଷ୍ମାନଙ୍କ ଫିଲ୍ମକୁ ଦେଖିବା, ତେବେ ସେ ନିଜର ପ୍ରତି ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ର ନିଭାଇଛନ୍ତି ।
/sambad/media/post_attachments/bbc92711c70b55be52f387460c4b215d99b1e3e97c4a9d7a19b600674f1e6b4d.jpg)
ଏ ନେଇ ଆୟୁଷ୍ମାନଙ୍କୁ ପଚରାଯିବା ପରେ, ମୋର ଆଗାମୀ ଫିଲ୍ମ ଡ୍ରିମ୍ ଗର୍ଲ, ବାଲା, ଶୁଭ ମଙ୍ଗଲ ଜ୍ୟାଦା ସାବଧାନ ଓ ଗୁଲାବୋ ସିତାବୋ ରହିଛି । ଏହି ୪ଟି ଫିଲ୍ମରେ ମୋର ଭିନ୍ନ ଭିନ୍ନ ଚରିତ୍ର ରହିଛି । ମୋତେ ପ୍ରଥମ ଥର କରି ଦର୍ଶକ ସେ ସବୁ ନୂଆ ଭୂମିକାରେ ଦେଖିବେ । ମୁଁ ସବୁବେଳେ ନୂଆ ଚରିତ୍ର ବାଛେ । ଯାହା ବିଷୟରେ ଲୋକେ ଖୁବ୍ କମ ଜାଣିଥାନ୍ତି । ଏହା ମୋତେ ସବୁବେଳେ କିଛି ନୂଆ କରିବାକୁ ପ୍ରୋତ୍ସାହନ ଦେଇଥାଏ । ମୁଁ ସବୁବେଳେ ନୂଆ ଚରିତ୍ର କରି ନିକଜୁ ଚ୍ୟାଲେଞ୍ଜ କରିଥାଏ । ଏପରି କରିବା ଦ୍ୱାରା ମୋ ଭିତରେ ଥିବା ସବୁଠାରୁ ଭଲ ଅଭିନୟ ବାହାରକୁ ବାହରି ଆସେ ।