ପ୍ରଶଂସକଙ୍କ ଡିମାଣ୍ଡ ପରେ ଇନ୍‌ଷ୍ଟାଗ୍ରାମ୍‌ରେ ଗ୍ରାଣ୍ଡ ଡେବ୍ୟୁ କରିବେ ସାଉଥ୍‌ ସୁପରଷ୍ଟାର ପ୍ରଭାସ

ନୂଆଦିଲ୍ଲୀ : ବାହୁବଳୀ ରିଲିଜ୍‌ ହେବା ପରେ ଘରେ ଘରେ ବାହୁବଳୀ ନାମରେ ପରିଚିତ ହୋଇ ଯାଇଥିଲେ ସାଉଥ୍‌ ସୁପରଷ୍ଟାର ପ୍ରଭାସ । ବାହୁବଳୀ ପରେ ଏବେ ସେ ଆଉ ଏକ ବଡ଼ ବଜେଟ୍‌ ଫିଲ୍ମ ସାହୋରେ ନଜର ଆସିବାକୁ ଯାଉଥିବା ବେଳେ ଏଥିରେ ତାଙ୍କ ଅଭିନେତ୍ରୀ ସାଜିଛନ୍ତି ଶ୍ରଦ୍ଧା କପୁର । ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ବାହୁବଳୀ ପ୍ରଭାସଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିଜ ପ୍ରଶଂସକମାନଙ୍କ ସହ କଥା ହେବା ପାଇଁ ଲାଜ କରୁଥିବା ପ୍ରଭାସ ଏବେ ପ୍ରଶଂସକମାନଙ୍କ ଡିମାଣ୍ଡକୁ ସମ୍ମାନ ଜଣାଇ ଇନ୍‌ଷ୍ଟାଗ୍ରାମରେ ନିଜର ଆକାଉଣ୍ଟ ଖୋଲିବାକୁ ଯାଉଥିବା ଜଣା ପଡ଼ିଛି ।

filmcompanion.in

ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ପ୍ରଭାସଙ୍କୁ ଅତି ପାଖରୁ ଜାଣିବା ପାଇଁ ତାଙ୍କ ପ୍ରଶଂସକମାନେ ଇନ୍‌ଷ୍ଟାରେ ଆକାଉଣ୍ଟ ଖୋଲିବା ପାଇଁ ଅନୁରୋଧ କରି ଆସୁଥିଲେ । ଫଟୋ ମାଧ୍ୟମରେ ପ୍ରଭାସଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପ୍ରଶଂସକମାନେ ଇଚ୍ଛା ଜାହିର୍‌ କରିଥିବା ବେଳେ ପ୍ରଭାସ ଖୁବ୍‌ ଶୀଘ୍ର ଇନ୍‌ଷ୍ଟାରେ ଗ୍ରାଣ୍ଡ ଡେବ୍ୟୁ କରିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର