ଝିଅର ବିବାହ କଥା ପଚରାଯିବା ପରେ ଏହି ସାଉଥ୍‌ ସୁପରଷ୍ଟାରଙ୍କୁ ମିଷ୍ଟର ପର୍‌ଫେକ୍ଟ ବୋଲି କହିଲେ ଅନୁଷ୍କାଙ୍କ ମା’

ନୂଆଦିଲ୍ଲୀ : ବାହୁବଳୀ ଫିଲ୍ମରେ ଦେବ୍‌ସେନା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନୁଷ୍କା କାହାକୁ ବିବାହ କରିବେ ତାହା ଠିକ୍‌ ହୋଇ ନଥିବା ବେଳେ ସାଉଥ୍‌ର ଏହି ସୁପରଷ୍ଟାରଙ୍କୁ ତାଙ୍କ ମା’ ମିଷ୍ଟର ପରଫେକ୍ଟ ବୋଲି କହିଥିବା ଜଣାପଡ଼ିଛି । ପୂର୍ବରୁ ଅନେକ ଥର ଅନୁଷ୍କାଙ୍କ ନାଁ ତାଙ୍କ ସହ ଯୋଡ଼ା ଯାଇ ସାରିଛି । ଏବେ ଆପଣମାନେ ଜାଣି ସାରିଥିବେ ସେ କିଏ? ଆଜ୍ଞା ହଁ ! ପୂର୍ବରୁ ଅନୁଷ୍କାଙ୍କ ନାଁ ବାହୁବଳୀ ପ୍ରଭାସଙ୍କ ସହ ଯୋଡ଼ା ଯାଇଥିବା ବେଳେ ଏ ନେଇ ଉଭୟଙ୍କ ପରିବାର ତରଫରୁ କିଛି କୁହାଯାଇ ନଥିଲା ।

BollywoodShaadis.com

କିନ୍ତୁ ଏବେ ଅନୁଷ୍କାଙ୍କ ମା’ ନିଜ ଝିଅ ପାଇଁ ପ୍ରଭାସଙ୍କୁ ମିଷ୍ଟର ପର୍‌ଫେକ୍ଟ ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଦୁଇ ଜଣ ହେଉଛନ୍ତି ଷ୍ଟାର ଏବଂ ଦୁହେଁ ଏକା ସାଙ୍ଗରେ ଫିଲ୍ମ ମଧ୍ୟ କରିଛନ୍ତି । ଅନୁଷ୍କା ଯେବେ ବି ବିବାହ କରିବେ ମୁଁ ଚାହିଁବି ସେ ପ୍ରଭାସଙ୍କୁ ହିଁ ବିବାହ କରନ୍ତୁ । କିନ୍ତୁ ବର୍ତ୍ତମାନ ପାଇଁ ଦୁହେଁ ଭଲ ସାଙ୍ଗ ଅଛନ୍ତି । ସେଥିପାଇଁ ଆମେ ସେମାନଙ୍କ ବିବାହ କଥା ଭାବି ନାହୁଁ । ଅନୁଷ୍କାଙ୍କ ମା’ଙ୍କ ଏହି କଥା ଶୁଣିବା ପରେ କିଛି ଦିନ ମଧ୍ୟରେ ଗୋଟେ ଖୁସୀ ଖବର ନିହାତି ଭାବରେ ମିଳିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର