ଭୁବନେଶ୍ୱର : ସମସ୍ତଙ୍କୁ ଭଲଭାବେ ଜଣା ଯେ, ବାବୁସାନ୍‌ ଜଣେ ପ୍ରଶିକ୍ଷଣପ୍ରାପ୍ତ କଣ୍ଠଶିଳ୍ପୀ। ସେ ପିଲାଦିନରୁ ସଙ୍ଗୀତ ଶିକ୍ଷା କରିଥିଲେ। ବାବୁସାନ୍‌ ଏବେ ନାୟକ ହେବା ସାଙ୍ଗକୁ ଗାୟକ ଭାବେ ମଧ୍ୟ ଓଲିଉଡରେ ସକ୍ରିୟ। ସେ ତାଙ୍କ ଅଭିନୀତ ଅଧିକାଂଶ ମୁଭିରେ ଗୀତ ଗାଇଛନ୍ତ ।
ଓଲିଉଡର ସୁପରଷ୍ଟାର୍‌ ବାବୁସାନ୍‌ ରଜ ବଜାରରେ ମୁକ୍ତିଲାଭ କରିବାକୁ ଥିବା ଏକ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମର ଟାଇଟଲ ହେଲା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’।

Advertisment

ତରଙ୍ଗ ସିନେ ପ୍ରଡକସନ୍‌ସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାରେ ବାବୁସାନ୍‌ଙ୍କର ଦୁଇଟି ଗେଟଅପ୍‌ ଥିବା ଚର୍ଚ୍ଚା ହେଉଛି। ଏଥିମଧ୍ୟରୁ ଗୋଟିଏ ହେଲା ହିନ୍ଦୁ ଓ ଆରଟି ହେଲା ମୁସଲମାନ୍‌ ଚରିତ୍ର।

ବାବୁସାନ୍‌ ଯେଉଁ ହିନ୍ଦୁ ଯୁବକ ଚରିତ୍ରରେ ‘ସୁନ୍ଦରଗଡ଼ର ସଲମାନ୍‌’ରେ ନଜର ଆସିବେ, ତାହା କ’ଣ ଆପଣମାନେ ଜାଣିବାକୁ ଚାହିଁବେ। ହଁ ଏଥିରେ ଜଣେ ଯୁବ ସଙ୍ଗୀତକାର ଚରିତ୍ର ନିଭାଉଛନ୍ତି ବାବୁସାନ୍‌। ସେ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି।

publive-image

ଏଥିଲାଗି ବାବୁସାନ୍‌ ମ୍ୟୁଜିକ୍‌ କଂପୋଜ୍‌ କରୁଛନ୍ତି। ଏହି କାମରେ ବାବୁସାନଙ୍କର ସହାୟକ ବନିଛନ୍ତି ଜଣେ ହାସ୍ୟାଭିନେତା। ସେ ହେଲେ ତ୍ରିଭୁବନ।
‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ରେ ବାବୁସାନଙ୍କର ଏହି ଭୂମିକାଟି ବେଶ୍‌ ମଜାଦାର୍‌ ବୋଲି କୁହାଯାଉଛି। ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ଅଶୋକ ପତି ।