ଓଲିଉଡର ଏହି ସୁପରଷ୍ଟାରଙ୍କର ପ୍ରଥମ ସିନେମା ଫ୍ଲପ୍‌ ହୋଇଥିଲା !

ଭୁବନେଶ୍ୱର: ବଲିଉଡରେ କେତେକ ସୁପରଷ୍ଟାରଙ୍କ ପ୍ରଥମ ସିନେମା ଫ୍ଲପ୍‌ ହୋଇଥିଲା ବୋଲି ଆମକୁ ଜଣା। ହେଲେ ଓଲିଉଡରେ ବି ସେମିତି ଘଟିଛି। ଓଲିଉଡ଼୍‍ର ଷ୍ଟାର୍‌ସନ୍‌ ବାବୁସାନ୍‌ ଜଣେ ‘ରୋମିଓ ଦ ଲଭର ବୟ୍‌’ଫିଲ୍ମରେ ଡ଼େବ୍ୟୁ କରିଥିଲେ ଓଲିଉଡ଼୍‍ରେ । ଏହାର ପ୍ରଯୋଜନା କରିଥିଲେ ବ୍ରଜରାଜ ମୁଭିଜ୍‌ ଏବଂ ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏହିନିଜର ସିନେମାର ଟାଇଟଲ୍‌କୁ ନେଇ ବି ଚର୍ଚ୍ଚା ସାଉଁଟିଥିଲେ ବାବୁସାନ୍‌। ପ୍ରଥମ ସିନେମାରେ ଷ୍ଟାର୍‌ସନ୍‌ ବାବୁସାନ୍‌ ବନିଥିଲେ ରୋମିଓ। ଏହା ଏକ ସୁଇଟ୍‌ ରୋମାଣ୍ଟିକ୍‌ ଫିଲ୍ମ ଥିଲା। ଏହି ଫିଲ୍ମରେ ଷ୍ଟାର୍‌ସନ୍‌ ବାବୁସାନ୍‌ଙ୍କ ନାୟିକା ବନିଥିଲେ ନବାଗତା ଲଭଲି।

ପ୍ରଥମ ଫିଲ୍ମଟି ରିଲିଜ୍‌ ହେବା ଆଗରୁ ତାଙ୍କର ଜବରଦସ୍ତ କ୍ରେଜ୍‌ ଥିଲା। ଏହି ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍କଣ୍ଠା ଥିଲା,ହେଲେ ଫିଲ୍ମଟି ରିଲିଜ୍‌ ହୋଇ ଦର୍ଶକଙ୍କୁ ନିରାଶ କରିଥିଲା। ବୋଧ ହୁଏ ସେହି କାରଣରୁ ‘ରୋମିଓ ଦ ଲଭର ବୟ’ଫ୍ଲପ୍‌ ହୋଇଥିଲା।
ବାବୁସାନ୍‌ଙ୍କ ଦ୍ୱିତୀୟ ଫଲ୍ମ ଥିଲା ‘ତୋ’ ଆଖିରେ ମୁଁ ’ ଯାହାର ପ୍ରଯୋଜନା କରିଥିଲେ ପ୍ରଯୋଜକ ପ୍ରଭାସ ଚନ୍ଦ୍ର ରାଉତଏବଂ ନିର୍ଦ୍ଦେଶନା ଦେଇଥିଲେ ଏସ୍‌ କେ ମୁରଲୀଧରନ୍‌। ‘ତୋ’ ଆଖିରେ ମୁଁ’ କିନ୍ତୁ ବକ୍ସ ଅଫିସ୍‌ରେ ହିଟ୍‌ ହେଲା।

ଏହାପରେ ପ୍ରକୃତରେ ବାବୁସାନ୍‌ଙ୍କର ଡିମାଣ୍ଡ ଓଲିଉଡ଼୍‍ରେ ବୃଦ୍ଧି ପାଇଥିଲା। ସେ ଏଥର ଖୁବ୍‌ ଚର୍ଚ୍ଚିତ ହେଲେ। ପ୍ରକୃତରେ ଏହି ସିନେମା ରିଲିଜ୍‌ ହେବାପରେ ଷ୍ଟାର୍‌ ବନିଥିିଲେ ବାବୁସାନ୍‌ ।

ସମ୍ବନ୍ଧିତ ଖବର