ଭୁବନେଶ୍ୱର: ଓଲିଉଡର ମୋଷ୍ଟ ସେଲେବଲ୍ ଷ୍ଟାର୍ ହେଲେ ବାବୁସାନ୍। ସେ ‘ରୋମିଓ ଦ ଲଭର ବୟ’ ଭଳି ଏକ ସଫ୍ଟ ରୋମାଣ୍ଟିକ୍ ଫିଲ୍ମରୁ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ।
ତା’ପରେ ବାବୁସାନ୍ଙ୍କୁ ପ୍ରାୟତଃ ରୋମାଣ୍ଟିକ୍ ବା କମେଡ଼ି ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶର୍କ। ଏଥିମଧ୍ୟରୁ ତାଙ୍କର ଅଧିକାଂଶ ଫିଲ୍ମ ସୁପରହିଟ୍ ମଧ୍ୟ ହୋଇଛି। ବାବୁସାନ୍ଙ୍କର ଲୋକପ୍ରିୟ ସିନେମା ଭିତରେ ରହିଛି,‘ତୋ’ ଆଖିରେ ମୁଁ’, ‘ଲଭ ମାଷ୍ଟର’୍,‘ଡ଼ାହା ବାଳୁଙ୍ଗା’,‘ପ୍ରେମ ଅଢ଼େଇ ଅକ୍ଷର’,‘ସଂଜୁ ଆଉ ସଂଜନା’,‘ଲୋଫର’୍,‘ଚକଲେଟ’୍,‘ଦୋସ୍ତି’,‘ଦିଓ୍ଵାନା ଦିଓ୍ଵାନୀ’,‘ସୁପର ମିଛୁଆ’, ‘ଭଲପାଏ ତୋତେ ୧୦୦ ରୁ ୧୦୦’,‘ତୁ ଯେ ସେଇ’,‘ଜବରଦସ୍ତ ପ୍ରେମିକ’,‘ଲଭ ଷ୍ଟେସନ’୍,‘ସୁଇଟ୍ ହାର୍ଟ’,‘ଦିଲ୍ ଦିଓ୍ଵାନା ହେଇଗଲା’,‘ସୁନା ପିଲା ଟିକେ ସ୍କୃ ଢ଼ିଲା’, ‘ହିରୋ ନମ୍ବରଓ୍ଵାନ’୍,‘ଓନ୍ଲି ପ୍ୟାର’୍,‘ଆଖିରେ ଆଖିରେ’,‘ଯିଏ ଯାହା କହୁ ମୋର ଢ଼ୋ’ ଓ ‘ଲେଖୁ ଲେଖୁ ଲେଖିଦେଲି’ ଇତ୍ୟାଦି।
ହେଲେ ବାବୁସାନ୍ ଏଯାବତ୍ କେବଳ ଗୋଟିଏ ସିନେମାରେ ଗେଷ୍ଟ୍ ଆପିଅରାନ୍ସରେ ଦେଖା ଦେଇଛନ୍ତି। ଏହି ଓଡ଼ିଆ ସିନେମାଟି ହେଲା ‘ଝିଅଟି ବିଗିଡ଼ିଗଲା’। ଶଚିକାନ୍ତ ଜେନାଙ୍କ ପ୍ରଯୋଜିତ ଓ ବିନି ପଟ୍ଟନାୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରୁଦ୍ର ଥିଲେ ହିରୋ। ଏଥିରେ ରୁଦ୍ରଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଜିନା। କିନ୍ତୁ ଏହି ସିନେମାରେ ଏଲିନା ସାମନ୍ତରାୟ ବି ନଜର ଆସିଥିଲେ। ଏହି ଫିଲ୍ମରେ ବାବୁସାନଙ୍କ ଉପରେ ଗୋଟିଏ ଗୀତ ଓ କିଛି ଦୃଶ୍ୟରେ ଦେଖିବାକୁ ପାଇଥିଲେ ଦର୍ଶକ। ‘ଝିଅଟା ବିଗିଡ଼ିଗଲା’ ଅବଶ୍ୟ ହିଟ୍ ହୋଇଥିଲା। କିନ୍ତୁ ଏହାପରେ ଏଯାଏଁ ଅନ୍ୟ କୌଣସି ସିନେମାରେ ବାବୁସାନ୍ ଗେଷ୍ଟ୍ ରୋଲ୍ କରିନାହାନ୍ତିି।