ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ଖୋଲିଲେ ବାବୁସାନ୍‌: ନକଲି ଛାଡ଼ି ଅସଲି ସହ ଯୋଡ଼ି ହେବାକୁ ଅନୁରୋଧ କଲେ

ଭୁବନେଶ୍ୱର: ଆପଣ ଜାଣିଛନ୍ତି ଓଡ଼ିଶାର ଜଣାଶୁଣା ସିନେତାରକା ବାବୁସାନ୍‌ ମହାନ୍ତି ଫେସ୍‌ବୁକ୍‌ ଦ୍ୱାରା ବ୍ଲକ୍‌ ହୋଇଥିଲେ? ଏକଥା ଜାଣିବା ପରେ ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଆସିପାରେ, ବାବୁସାନଙ୍କ ଭଳି ଲୋକପ୍ରିୟ ସେଲିବ୍ରିଟିଙ୍କୁ ପୁଣି ଆକାଉଣ୍ଟ ଖୋଲିବାରୁ କାହିଁକି ବ୍ଲକ୍‌ କରିଥିଲା ଫେସ୍‌ବୁକ୍‌ ! କାରଣ ତାଙ୍କ ନାମରେ ପାଖାପାଖି ୫୦ଟି ଫେକ୍‌ ପେଜ ଖୋଲି ତାଙ୍କର ଫ୍ୟାନମାନେ ମନଇଚ୍ଛା ପୋଷ୍ଟିଂ କରୁଥିଲେ। ଏକଥା ଜାଣିବା ପରେ ବାବୁସାନ୍‌ ଅଧିକାରିକ ଭାବେ ଗତ ୨୭ ତାରିଖରେ ଫେସ୍‌ବୁକ୍‌ରେ ନିଜର ଅସଲି ପେଜ୍‌ ଖୋଲିଛନ୍ତି। ସିଗ୍‌ନେଚର ୨୪ ପ୍ରଡକସନ୍ସ ଓ ଫେସ୍‌ବୁକ୍‌ ଇଣ୍ଡିଆ ଟିମ୍‌ର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି। ଏଥିସହ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌  ପେଜ୍‌ ମଧ୍ୟ ଖୋଲିଥିବା ଜଣାପଡ଼ିଛି।
ଆସନ୍ତା ନଭେମ୍ବର ୨ ତାରିଖ ଦିନ ନିଜର ଅସଲି ଫେସ୍‌ବୁକ ପେଜ୍‌ ଜରିଆରେ ବାବୁସାନ୍‌ ଫ୍ୟାନଫଲୋଅର୍ସଙ୍କ ସହ ଲାଇଭ୍‌ ଚାଟ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ସେ ସମସ୍ତଙ୍କୁ ନିଜର ପ୍ରକୃତ ଫେସ୍‌ବୁକ୍‌ ପେଜ୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼ି ହେବାକୁ ଅନୁରୋଧ କରିବେ। ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍‌ ନିଜର ଫ୍ୟାନ୍‌-ଫଲୋଅର୍ସଙ୍କୁ ଅବଗତ କରାଇବା ଲାଗି ଏକ ଭିଡିଓ ପ୍ରସ୍ତୁତ କରି ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ଏଠାରେ ଅାପଣଙ୍କ ଜାଣିବା ଲାଗି ତାଙ୍କ ଫେସ୍‌ବୁକ ଓ ଇନଷ୍ଟାଗ୍ରାମ୍ ପେଜର ଲିଙ୍କ ଦିଅାଯାଇଛି। କ୍ଲିକ କରନ୍ତୁ ବାବୁସାନଙ୍କ ସହ ଯୋଡ଼ି ହୁଅନ୍ତୁ।
ଫେସ୍‌ବୁକ – https://www.facebook.com/mohantybabushaan/
ଇନଷ୍ଟାଗ୍ରାମ୍ – https://instagram.com/mohanty_babushaan
ସମ୍ବନ୍ଧିତ ଖବର