ବାବୁସାନ୍‌-ରାଗିଣୀଙ୍କ ଯୋଡିକୁ ଦେଖିବାକୁ ମିଳିଥାନ୍ତା ,ଯଦି…

ଭୁବନେଶ୍ୱର:ଓଡ଼ିଆ ସିନେମାରେ ବେଶି ସିନେମାରେ କାମ କରି ନାହାନ୍ତି ଏହି ବଙ୍ଗୀୟ ନାୟିକାଜଣକ ,ହେଲେ ସେ କିଛି କମ୍‌ ଲୋକପ୍ରିୟ ନୁହନ୍ତି। ଏହି ନାୟିକାଜଣକ ହେଲେ ରାଗିଣୀ। ତାଙ୍କୁ ଦର୍ଶକ ‘ଆଖିରେ ଆଖିରେ’ ଏବଂ ‘ମୁଁ ଏକା ତୁମର’ ଭଳି ସିନେମାରେ ଦେଖିଛନ୍ତି। ପ୍ରଥମଟିରେ ସିଦ୍ଧାନ୍ତଙ୍କ ସହ ଏବଂ ଆରଟିରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିଥିଲେ ରାଗିଣୀ। ହେଲେ ଆପଣ ଜାଣନ୍ତି କି ରାଗିଣୀଙ୍କୁ ଲୋକପ୍ରିୟ ନାୟକ ବାବୁସାନଙ୍କ ନାୟିକା ହେବାର ସୁଯୋଗ ଜୁଟିଥିଲା ଯାହା ଅଧୁରା ରହିଗଲା।

ଓଲିଉଡ଼୍‍ରେ ପୂର୍ବରୁ ବହୁ ପ୍ରେମ ତ୍ରିକୋଣଧର୍ମୀ ସିନେମା ନିର୍ମିତ ହୋଇଛି। ଆଉ ଏଭଳି ଏକ ସିନେମା ,ନିର୍ମିତ ହେଉଥିଲା,ଯେଉଁଥିରେ ଜଣେ ନାୟିକାଙ୍କ ସାଙ୍ଗକୁ ରହିଥିଲା ଦୁଇଜଣ ନାୟିକାଙ୍କ ପ୍ରେମ।ଏଭଳି ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ରର ଶୀର୍ଷକ ଥିଲା‘ପ୍ରେମୀ’।ଏଥିରେ ନାୟକ ଭୂମିକାରେ ଥିଲେ ବାବୁସାନ୍‌ ଓ ତାଙ୍କ ବିପକ୍ଷରେ ଯେଉଁ ଦୁଇଜଣ ନାୟିକା ପ୍ରେମିକା ବନିଥିଲେ,ସେମାନେ ହେଲେ ଝିଲିକ୍‌ ଓ ରାଗିଣୀ।ପୂର୍ବରୁ ଏହି ତିନି କଳାକାର ‘ଆଖିରେ ଆଖିରେ’ସିନେମାରେ ଏକାଠି କାମ କରିଥିଲେ ହେଁ ଏଥିରେ ବାବୁସାନ୍‌ଙ୍କ ବିପକ୍ଷରେ ଥିଲେ ଝିଲିକ୍‌,ଆଉ ସିଦ୍ଧାନ୍ତଙ୍କ ନାୟିକା ବନିଥିଲେ ରାଗିଣୀ।

ଏହାର କଥାବସ୍ତୁ ଅନୁଯାୟୀ ବାବୁସାନ୍‌ ଜଣେ ସାଧାରଣ ପିଲା,ଯିଏକି ଘଟଣା କ୍ରମେ ବଡ଼ଭାଇ ଭଳି ମାନୁଥିବା ଜଣେ ଘରମାଲିକ ଘରେ ଆସି ରହେ।ସେଇଠି ତା’ର ପ୍ରେମ ହୁଏ ଝିଲିକ୍‌ଙ୍କ ସହିତ,ଏଣେ ରାଗିଣୀ ବି ମନେମନେ ଭଲପାଏ ବାବୁଙ୍କୁ।।ଏଥିରେ ପୁଣି ଖଳନାୟକ ଭାବେ ପଶିଆସନ୍ତି ମନୋଜ ମିଶ୍ର।ଏସବୁ ପରିସ୍ଥିତି ଭିତରେ ପ୍ରେମୀ ବାବୁସାନ୍‌ଙ୍କ ଜୀବନସାଥୀ କିଏ ହେଉଛନ୍ତି,ତା’ର ଉତ୍ତର ମିଳିଥାନ୍ତାଏହି ଫିଲ୍ମରେ।

କେ.ଭି. ରମଣାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ‘ପ୍ରେମୀ’ରେ ପ୍ରଥମ ଥର ଲାଗି ଝିଲିକ୍‌ ଏବଂ ରାଗିଣୀଙ୍କ ସହ ରୋମାନସ୍‌ କରିଥାନ୍ତେ ବାବୁସାନ୍‌।ହେଲେ ତାହା ନିର୍ମିତ ହୋଇପାରିନାହିଁ। ଏହି ସିନେମାଟି ରିଲିଜ୍‌ ହୋଇଥିଲେ ଦର୍ଶକ ବାବୁସାନ୍‌-ରାଗିଣୀଙ୍କ ଯୋଡିକୁ ଦେଖିବାକୁ ପାଇଥାନ୍ତେ।

 

 

 

ସମ୍ବନ୍ଧିତ ଖବର