ଭୁବନେଶ୍ବର: ଓଲିଉଡ ଓ ଯଲିଉଡର ଜଣେ ଚର୍ଚ୍ଚିତ ଖଳନାୟକ ହେଲେ ରାଇମୋହନ ପରିଡ଼ା। ସେ ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ। ଏଥିରେ ରାଇମୋହନଙ୍କୁ ମିଳିଥିଲା ଏକ ଗୁଣ୍ଡାର ଚିତ୍ର।
‘ପକାକମ୍ବଳ ପୋତ ଛତା’ପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି। ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍ ଏବଂ ‘ତୁ ମୋ’ ସୁନାଚଢେଇ’ଆଦି ସମେତ ୫୦ରୁ ଅଧିକ ଓଡ଼ିଆ ସିନେମା।
/sambad/media/post_attachments/wp-content/uploads/2019/09/Raimohan-Parida-242x300.jpg)
ରାଇମୋହନ ଏବେ ପୁଣି ଓଲିଉଡରେ ସକ୍ରିୟ ହୋଇଛନ୍ତି। ହଁ ସେ ଏବେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି,ତା’ର ଟାଇଟଲ୍ ହେଲା ‘ମିଷ୍ଟର ମଜନୁ’। ଏହି ସିନେମାରେ ରାଇମୋହନଙ୍କୁ ପ୍ରଥମ ଥରଲାଗି ଦର୍ଶକ ଓଲିଉଡ ସୁପରଷ୍ଟାର ବାବୁସାନଙ୍କ ସହ ଦେଖିବାକୁ ପାଇବେ। ବାବୁସାନ ଆଗରୁ ସମରେଶ , ମୀନକେତନ,ମିହିର ଦାସ, ପ୍ରୀତିରାଜ ପ୍ରମୁଖ ନାମୀ ଖଳନାୟକଙ୍କ ସାମ୍ନା କରିଛନ୍ତି ବଡ଼ ପରଦାରେ । ହେଲେ ଏଥର ସେ ରାଇମୋହନଙ୍କୁ ସାମ୍ନା କରୁଛନ୍ତି।
/sambad/media/post_attachments/wp-content/uploads/2019/09/babusan-raimohan-300x288.jpg)
ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ବାବୁସାନ୍ଙ୍କ ସହ ରୋମାନ୍ସ କରୁଛନ୍ତି ତିନିଜଣ ନାୟିକା। ସେମାନେ ହେଲେ ଶୀତଲ,ସୂରମୟୀ ଏବଂ ଦିବ୍ୟା। ‘ମିଷ୍ଟର ମଜନୁ’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଶୋକ ପତି। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର , ଡ଼ ନିର୍ମଳ ନାୟକ ସଂଳାପକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/babusan-78.jpg)