ଭୁବନେଶ୍ବର: ଓଲିଉଡର ସୁପରଷ୍ଟାର ବାବୁସାନ୍ ଏବେ ଏକ ନୂଆ ରୂପରେ ଆସୁଛନ୍ତି। ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି ,ତା’ର ଟାଇଟଲ୍ ହେଲା ‘ମିଷ୍ଟର ମଜନୁ’। ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ବାବୁସାନ୍ଙ୍କ ସହ ରୋମାନ୍ସ କରୁଛନ୍ତି ତିନିଜଣ ନାୟିକା। ସେମାନେ ହେଲେ ଶୀତଲ,ସୂରମୟୀ ଏବଂ ଦିବ୍ୟା। ଏହି ତିନି ନାୟିକାଙ୍କ ପ୍ରେମରେ ଉବୁଟୁବୁ ହୋଇଛନ୍ତି ବାବୁସାନ୍।
/sambad/media/post_attachments/wp-content/uploads/2019/09/mr-majnu.j7pg-300x163.jpg)
ଏ ତିନିଜଣଙ୍କ ଭିତରୁ କାହାକୁ ସେ ନିଜର ଜୀବନସାଥୀ କରିବେ,ତା’କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ବାବୁସାନ୍। ବାବୁସାନ୍ କିନ୍ତୁ ଅବଶେଷରେ ସେହି ତିନିଜଣଙ୍କ ଭିତରୁ ଜଣଙ୍କ ମଥାରେ ସିନ୍ଦୁର ଦେଇ ଘରକୁ ନେଉଛନ୍ତି। ଏହା ହେଉଛି ବାବୁସାନ୍ଙ୍କ ଏକ ନୂଆ ଫିଲ୍ମ ହେଲା ‘ମିଷ୍ଟର ମଜନୁ’ର କାହାଣୀ। ‘ମିଷ୍ଟର ମଜନୁ’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଶୋକ ପତି। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର , ଡ଼ ନିର୍ମଳ ନାୟକ ସଂଳାପକାର। ଆଗାମୀ ଦଶହରା ଅବସରରେ ଏହି ସିନେମା ରିଲିଜ୍ ହେବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/baBUSAN-09.jpg)