ଭୁବନେଶ୍ୱର : ସିନେମା ରିଲିଜ୍ ହେବା ଆଗରୁ ଲୋକେ ଜାଣିପାରୁଛନ୍ତି ଏହି ଓଡ଼ିଆ ସିନେମା କାହାର ରିମେକ୍ । ଏବେ ପୁଣି ଏକ ଖୁଲାସା ହୋଇଛି। ଏଥର ରଜରେ ସୁପରଷ୍ଟାର ବାବୁସାନ୍ଙ୍କର ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଏହାର ଟାଇଟଲ୍ ରହିଛି ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’।ଏଥିରେ ବାବୁସାନ୍ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ଦିବ୍ୟା। ଏତଦ୍ବ୍ୟତୀତ ମିହିର ଦାସ ଓ ଉଷସୀ ମିଶ୍ର ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।
ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି । ଅଭିଜିତ୍ ମଜୁମ୍ଦାର୍ ଏହାର ସଙ୍ଗୀତ ନିର୍ଦ୍ଦେଶକ।
ହେଲେ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଓରିଜିନାଲ୍ କାହାଣୀ ଉପରେ ଆଧାରିତ ଫିଲ୍ମ ନୁହେଁ ବୋଲି ଚର୍ଚ୍ଚା ହେଉଛି। ପ୍ରକୃତରେ ଏହା ଏକ ତେଲୁଗୁ ଆକ୍ସନ୍-କମେଡ଼ି ଫିଲ୍ମର ରିମେକ୍ ବୋଲି କୁହାଯାଉଛି।
ଏବେ ଆସନ୍ତୁ ଜାଣିବା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ କେଉଁ ସିନେମାର କପି? ହଁ ଏହା ହେଉଛି ମୋହନ ବାବୁଙ୍କ ପ୍ରଯୋଜିତ ତଥା ଜି.ନାଗେଶ୍ୱର ରେଡ଼ିଙ୍କ ନିର୍ଦ୍ଦେଶିତ ତେଲୁଗୁ ସିନେମା ‘ଦେନିକୈନା ରେଡ଼ି’ର ରିମେକ୍। ଏହାର ମୂଳ ସିନେମା ହେଲା ମାଲାୟାଲାମ୍ ଫିଲ୍ମ ‘ଉଦୟପୁରମ୍ ସୁଲତାନ୍’।ଏହା ବକ୍ସ ଅଫିସ୍ରେ ବ୍ଲକବଷ୍ଟର ମୁଭି ଥିଲା। ଏହାକୁ ହିନ୍ଦୀରେ ଡ଼ବ୍ କରାଯାଇଥିଲା। ଯାହାର ଟାଇଟଲ୍ ଥିଲା ‘ସବ୍ସେ ବଡ଼ା ହେରାଫରି-୨’।
ଜଣେ ତେଲୁଗୁ ନାୟକ କରିଥିବା ଭୂମିକାକୁ ଆଦରିଛନ୍ତି ଓଲିଉଡ ଷ୍ଟାର୍ ବାବୁସାନ୍
/sambad/media/post_attachments/wp-content/uploads/2018/05/Sundargarh-Ra-Salman-Khan_Thumbnail.jpg)