ଡାକ୍ତର ଭୂମିକାରେ ବାବୁସାନ୍‌

କଟକ : ଓଲିଉଡର ସୁପରଷ୍ଟାର୍‌ ବାବୁସାନ୍‌ଙ୍କ ଅଭିନୀତ ପୂର୍ବ ସିନେମା ‘ହିରୋ ନଂ୧’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ତା’ପରେ ପରେ ତାଙ୍କୁ ନେଇ ସେହି ଫିଲ୍ମର ନିର୍ଦ୍ଦେଶକ ତାପସ ସରଘରିଆ ପୁଣି ଏକ ସିନେମା ନିର୍ମାଣ କରୁଛନ୍ତି। ଏହି ନୂଆ ସିନେମାର ଟାଇଟଲ୍‌ ରହିଛି ‘ଓନ୍‌ଲି ପ୍ୟାର୍‌’।

ନୂଆ ପ୍ରଯୋଜକ ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ ‘ଓନ୍‌ଲି ପ୍ୟାର୍‌’ରେ ପୁଣି ଥରେ ଦର୍ଶକ ବାବୁସାନ୍‌ଙ୍କ ବିପକ୍ଷରେ ତାଙ୍କର ପୁରୁଣା ଯୋଡ଼ିଦାର୍‌ ନାୟିକା ସୁପ୍ରିୟାଙ୍କୁ ଦେଖିବାକୁ ପାଇବେ। ଏହା ହେବ ବାବୁସାନ୍‌-ସୁପ୍ରିୟା ଯୋଡିଙ୍କର ଦ୍ୱିତୀୟ ସିନେମା। ପୂର୍ବରୁ ଏ ଦୁହିଁଙ୍କୁ ଦର୍ଶକ ଏକାଠି ଭେଟିଥିଲେ ୨୦୧୬ର ସିନେମା ‘ଲଭ୍‌ ପାଇଁ କୁଛ୍‌ଭି କରେଗା’ରେ। ‘ଓନ୍‌ଲି ପ୍ୟାର୍‌’ର ଅନ୍ୟ ମୁଖ୍ୟ କଳାକାରମାନେ ହେଲେ ମିହିର ଦାସ, ଅପରାଜିତା ମହାନ୍ତି, ଚୌଧୁରୀ ବିକାଶ ଦାସ ଓ ପ୍ରଜ୍ଞା ପ୍ରମୁଖ। ଏହି ଚଳଚ୍ଚିତ୍ରର ସଂଳାପ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା (ଜୁଲୁ) ଏବଂ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମଦାର। ରବୀନ୍ଦ୍ର ବେହେରା ‘ଓନ୍‌ଲି ପ୍ୟାର୍‌’ର ସିନେମାଟୋଗ୍ରାଫର୍‌।

ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଦାବି କରନ୍ତି ‘ଓନ୍‌ଲି ପ୍ୟାର୍‌’ ଏକ ମୌଳିକ କାହାଣୀ ଆଧାରିତ ସିନେମା। ଏହା ଏକ ସୁଇଟ୍‌ ଲଭ୍‌ ଷ୍ଟୋରି । ଦର୍ଶକଙ୍କୁ ଡାକ୍ତର ଭୂମିକାରେ ବାବୁସାନ୍‌ କେତେ ଦୂର ପ୍ରଭାବିତ କରିପାରୁଛନ୍ତି ତାହା ଦେଖିବାକୁ ବାକି ଅଛି। ‘ଓନ୍‌ଲି ପ୍ୟାର୍‌’ର ଅଧିକାଂଶ ସୁଟିଂ ଏକ ଶୈଳ ନିବାସରେ କରାଯାଉଥିବାର  ସୂଚନା ନିର୍ଦ୍ଦେଶକ ଦେଇଛନ୍ତି। 

ନ୍ୟୁ ସାଇନ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର୍‌ରେ ନିର୍ମିତ ‘ଓନଲି ପ୍ୟାର୍‌’ରେ ପ୍ରଥମ ଥର ପାଇଁ ବାବୁସାନ୍‌ ଜଣେ ଡାକ୍ତର ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ପୂର୍ବରୁ ତାଙ୍କୁ ଏଭଳି ଭୂମିକା ମିଳି ନ ଥିଲା ବୋଲି ବାବୁସାନ୍‌ ସ୍ୱୀକାର କରିଛନ୍ତି। ପୂର୍ବ ସିନେମା ‘ହିରୋ ନଂ୧’ରେ ଜଣେ ଓକିଲ ଭୂମିକା ନିଭାଇଥିବା ବାବୁସାନ୍‌ ଡାକ୍ତର ଚରିତ୍ରକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

ନିର୍ଦ୍ଦେଶକଙ୍କ ଦାବି ଯେ ‘ଓନ୍‌ଲି ପ୍ୟାର୍‌’ ଏକ ମୌଳିକ କାହାଣୀ ଆଧାରିତ ସିନେମା। ଏହାକୁ ଏକ ସୁଇଟ୍‌ ଲଭ୍‌ ଷ୍ଟୋରି ବୋଲି ସେ କହୁଛନ୍ତି। ଏହାର ଅଧିକାଂଶ ସୁଟିଂ ଏକ ଶୈଳ ନିବାସରେ କରାଯାଉଥିବାର ସେ ସୂଚନା ଦେଇଛନ୍ତି। ଦର୍ଶକଙ୍କୁ ଡାକ୍ତର ଭୂମିକାରେ ବାବୁସାନ୍‌ କେତେ ଦୂର ପ୍ରଭାବିତ କରିପାରୁଛନ୍ତି ତାହା ଦେଖିବାକୁ ବାକି ଅଛି।

ସମ୍ବନ୍ଧିତ ଖବର