କାରରେ ବିମାନବନ୍ଦରକୁ ଯାଉଥିବା ବେଳେ ଗାଡ଼ି ରଖି ଅଭିନେତ୍ରୀ ଚାହତଙ୍କୁ ଏଭଳି କାମ କରିବାକୁ ବାଧ୍ୟ କଲା ଚାଳକ

ନିଜକୁ ବଞ୍ଚାଇବା ପାଇଁ ଅଭିନେତ୍ରୀ କଲେ ଏଭଳିି କାମ

ମୁମ୍ବାଇ: ବିଭିନ୍ନ ହିନ୍ଦୀ ଧାରାବାହିକରେ କାମ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଚାହତ୍ ଖାନ୍ନା ଏବେ ନିଜ ସହ ଘଟିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିମାନବନ୍ଦରକୁ ଯାଉଥିବା ସମୟରେ ଜଣେ କ୍ୟାବ୍ ଚାଳକ ତାଙ୍କ ସହ ଯେଉଁଭଳି ଭାବରେ ବ୍ୟବହାର କରିଥିଲେ ସେ ବିଷୟରେ ଜଣାଇଛନ୍ତି ଚାହତ୍। ଘଟଣାଟି ତାଙ୍କୁ ଖୁବ୍ ଡ଼ରାଇ ଦେଇଥିବା ଚାହତ୍ କହିଛନ୍ତି।

देर रात कैब ड्राइवर से परेशान हुईं चाहत खन्ना, सुनाया डरा देने वाला वाकया
aajtak.intoday.in

ତାଙ୍କ କହିବା ମୁତାବକ, ବିମାନବନ୍ଦରକୁ ଯିବା ପାଇଁ କ୍ୟାବ୍ ବୁକ୍ କରି ଯାଉଥିବା ସମୟରେ ହଠାତ୍ ଜନଶୂନ୍ୟ ସ୍ଥାନରେ ଗାଡ଼ି ଅଟକାଇ ଦେଇଥିଲେ ଚାଳକ। ଏହା ପରେ ତାଙ୍କୁ ଗାଡ଼ି ଭିତରୁ ବାହାରକୁ ଆସିବା ପାଇଁ କହିଥିଲେ। ତେବେ ଚାଳକଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିବା ବେଳେ ସେ କେବଳ ଚାହତଙ୍କ ସହ ଏକ ସେଲଫି ନେବା ପାଇଁ ତାଙ୍କୁ ବାହାରକୁ ଡ଼ାକୁଥିଲେ। କିନ୍ତୁ ରାସ୍ତାରେ କେହି ନ ଥିବାରୁ ଡ଼ରରେ ଚାହତ୍ ଗାଡ଼ିରୁ ବାହାରିବାକୁ ମନା କରିଦେଇଥିଲେ। ଚାହତ୍ ମନା କରିବା ପରେ ସେଲଫି ନ ନେବା ପର୍ଯ୍ୟନ୍ତ ଗାଡ଼ି ଆଗକୁ ବଢ଼ିବ ନାହିଁ ବୋଲି କହିଥିଲେ ଚାଳକ। ଏହା ପରେ ଚାହତ୍ ସଙ୍ଗେ ସଙ୍ଗେ ପୁଲିସକୁ ଫୋନ କରିଦେବାର ଧମକ ଦେବା ପରେ ଚାଳକଜଣଙ୍କ ତାଙ୍କୁ ନେଇ ବିମ‌ାନବନ୍ଦରରେ ଛାଡ଼ିଥିଲେ। କୌଣସି ଅଘଟଣ ଘଟି ନଥିଲେ ମଧ୍ୟ ଏହି ଘଟଣା ଚାହତଙ୍କୁ ଡ଼ରାଇ ଦେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର