୫୧ବର୍ଷୀୟ ମା’ ଗର୍ଭବତୀ ହୋଇଯିବା ଭଳି ଅଜବ କାହାଣୀ କେମିତି ମନକୁ ଆସିଥିଲା ବୋଲି ପ୍ରଥମ ଥର ପାଇଁ ଜଣାଇଲେ ନିର୍ଦ୍ଦେଶକ

ମୁମ୍ବାଇ : ରିଲିଜ୍‌ ହୋଇ ସାରିଛି ଫିଲ୍ମ ‘ବଧାଇ ହୋ’ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଆୟୁଷ୍ମାନ ଖୁରାନା ଏବଂ ସାନ୍ୟା ମଲହୋତ୍ରା । ଫିଲ୍ମର କାହାଣୀ ଅନ୍ୟ ଫିଲ୍ମର କାହାଣୀଠାରୁ ଭିନ୍ନ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ଫିଲ୍ମରେ ଆୟୁଷ୍ମମାନଙ୍କ ମା’ ୫୧ ବର୍ଷରେ ଗର୍ଭବତୀ ହୋଇଯିବା କଥା ଫିଲ୍ମର ଟ୍ରେଲରରେ ସମସ୍ତଙ୍କୁ ହସାଇଥିବା ବେଳେ ଏବେ ସିନେମା ହଲରେ ଲୋକେ ପୂରା ଫିଲ୍ମ ଦେଖି ହସି ହସି ଗଡ଼ୁଛନ୍ତି । ତେବେ ଏଭଳି ଏକ ଭାବନା ନିର୍ଦ୍ଦେଶକଙ୍କ ମନକୁ କିପରି ଆସିଲା ତାହାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଆସିଥିବା ବେଳେ ଏବେ ଏହାର ଖୁଲାସା କରିଛନ୍ତି ନିର୍ଦ୍ଦେଶକ ଅମିତ ଶର୍ମା ।

Deccan Chronicle

ଏକ ସାକ୍ଷାତକାରରେ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିବା ବେଳେ ସେ ଏହାର ଏକ ମଜାଦାର ଉତ୍ତର ରଖିଥିଲେ । ଏଭଳି ଏକ କାହାଣୀ ପଛରେ କାହାର ହାତ ରହିଛି ବୋଲି ପଚରାଯିବା ପରେ ନିଜର ସେ ନିଜର ଜଣେ ଲେଖକ ବନ୍ଧୁଙ୍କ ନାମ ନେଇଥିଲେ । “ଥରେ ସେ ମୋ ଘରକୁ ଆସି ଯଦି ୫୧ବର୍ଷୀୟ ମା’ ଗର୍ଭବତୀ ହୋଇଯାଏ ତେବେ କ’ଣ ହେବ ବୋଲି ପଚାରିଥିଲେ । ତାଙ୍କର ଏହି କଥାକୁ ଶୁଣି ମୁଁ ଖୁସିରେ ନାଚିବାକୁ ଲାଗିଥିଲି । ସେ ମୋତେ ଏହି ଗୋଟେ ଲାଇନ୍‌ରୁ ପୂରା ଫିଲ୍ମର କାହାଣୀ କରିବା କଥା କହିଥିଲେ । ଯାହା ପରେ ଆମେ ଦୁହେଁ ଫିଲ୍ମକୁ ସଫଳ କରିବା ପାଇଁ କାହାଣୀ ଲେଖିବା ଆରମ୍ଭ କରିଥିଲୁ । କେବେ ସେ କିଛି ଲେଖୁଥିଲେ କେବେ ମୁଁ କିଛି ଲେଖୁଥିଲି । ଏମିତି ଲେଖୁ ଲେଖୁ ଫିଲ୍ମଟି ସଂପୁର୍ଣ୍ଣ ହୋଇ ଯାଇଥିଲା । ଯାହା ଆଜି ସମସ୍ତଙ୍କ ଆଗରେ” ବୋଲି ଅମିତ କହିଥିଲେ ।

ସମ୍ବନ୍ଧିତ ଖବର