ର‍୍ୟାପ୍‌ କରି ଶ୍ରୋତାଙ୍କ ମନ ଜିଣିବା ପରେ ଏବେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି ବାଦ୍‌ଶାହା, ସୋନାକ୍ଷୀଙ୍କ ସହ ଆସିବେ ନଜର

ମୁମ୍ବାଇ : ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ଗାଇବା ପରେ ଏବେ ଅଭିନୟ କରିବାକୁ ଯାଉଛନ୍ତି ବାଦ୍‌ଶାହା। ଖୁବ୍‌ ଶୀଘ୍ର ସେ ବଡ଼ ପରଦାରେ ଅଭିନୟ କରୁଥିବାର ନଜର ଆସିବେ । ଶିଳ୍ପୀ ଦାସ ଗୁପ୍ତା ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଏହି ଫିଲ୍ମରେ ବାଦ୍‌ଶାହାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ବାଦ୍‌ଶାହା ଏବଂ ସୋନାକ୍ଷୀଙ୍କ ବ୍ୟତୀତ ବରୁଣ ଶର୍ମା, ଅନ୍ନୁ କପୁର, କୁଲଭୁଷଣ ଖରବନ୍ଦା ଏବଂ ନାଦିରା ବବ୍ଦର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Ahmedabad Mirror

ଏହି ଫିଲ୍ମରେ ବାଦ୍‌ଶାହା ଜଣେ ପଞ୍ଜାବୀ କଣ୍ଠଶିଳ୍ପୀ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ଅଭିନୟ କରିବାକୁ ଯାଉଥିବାରୁ ବାଦ୍‌ଶାହା ଡ଼ରୁଥିବା କହିଛନ୍ତି । କିନ୍ତୁ ତାଙ୍କର ଭଲ ବନ୍ଧୁ ସୋନାକ୍ଷୀ ତାଙ୍କ ସହ କାମ କରୁଥିବାରୁ ତାଙ୍କର ଡ଼ର ଟିକେ କମ ହୋଇଥିବା ସେ କହିଛନ୍ତି ।

ସମ୍ବନ୍ଧିତ ଖବର