କେବିସି-୧୦ର ପ୍ରଥମ କୋଟିପତି କେଉଁ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ହାରିଗଲେ ୬କୋଟି ଜାଣନ୍ତୁ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଛୋଟ ପରଦାର ସୋ’ କୌନ୍‌ ବନେଗା କରୋଡପତି’ ସିଜନ୍‌-୧୦ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି। ଏହି ସିଜିନ୍‌ ଏଯାବତ୍‌ ଯେତେ ବି ପ୍ରତିଯୋଗୀ ଆସିଛନ୍ତି ୫୦ଲକ୍ଷରୁ ଆଉ ଆଗକୁ କେହି ଯାଇ ପାରି ନାହାନ୍ତି। କିନ୍ତୁ ଆସାମରେ ରହୁଥିବା ବିନୀତା ଜୈନ୍‌ ଏହି ଅଙ୍କ ପାରକରି କୌନ୍‌ ବନେଗା କରୋଡପତି’ ସିଜନ୍‌-୧୦ ସୋ’ର ପ୍ରଥମ କୋଟିପତି ପ୍ରତିଯୋଗୀ ବନିଛନ୍ତି। ୧କୋଟି ଟଙ୍କା ଜିତିବା ପରେ ସେ ୭କୋଟି ପାଇଁ ଖେଳିଥିଲେ । ହେଲେ ସେ ୬କୋଟି ହାରି ଘରକୁ ଫେରି ଯାଇଛନ୍ତି। ଆସନ୍ତୁ ଜାଣିବା ବିନୀତା ଜୈନ୍‌ କେଉଁ ପ୍ରଶ୍ନ ପାଇଁ ୬କୋଟି ହାରି ଯାଇଥିଲେ।

ବିନୀତା ଜୈନ୍‌ ୫୦ଲକ୍ଷ ପର୍ଯ୍ୟନ୍ତ ପ୍ରଶ୍ନ ପାଇଁ ନିଜର ସମସ୍ତ ଲାଇଫ ଲାଇନ୍‌ ବ୍ୟବହାର କରି ସାରିଥିଲେ। ଏହାପରେ ବିନୀତାଙ୍କ ସାମ୍ନାରେ ପ୍ରଶ୍ନ ୧କୋଟି ଟଙ୍କାର ପ୍ରଶ୍ନ ଥିଲା। ଦୁଇଟି ଶିଶୁର ମା’ ଓ ଜଣେ ଟ୍ୟୁସନ୍‌ ଶିକ୍ଷୟିତ୍ରୀ ବିନୀତା ୧କୋଟି ଟଙ୍କା ପ୍ରଶ୍ନର ଉତ୍ତର କୌଣସି ସାହାଯ୍ୟ ଓ ଲାଇଫ୍‌ ଲାଇନ୍‌ ବିନା ଦେଇ ଚଳିତ ସିଜନ୍‌ର ପ୍ରଥମ କୋଟିପତି ବନି ଯାଇଥିଲେ।

ଏହାପରେ ସେ ୭କୋଟି ଟଙ୍କା ଜିତିବା ପାଇଁ ତାଙ୍କ ପାଖରେ ସୁଯୋଗ ଥିଲା। ଏହି ପ୍ରଶ୍ନ ସେ ଜିତିଥିବା ଟଙ୍କାର ସାତଗୁଣ ଥିଲା। ଯଦି ୭କୋଟି ଜିତିବା ପାଇଁ ପ୍ରଶ୍ନର ଉତ୍ତର ସେ ଭୁଲ ଦେଇଥାଆନ୍ତେ ତେବେ ସେ ଜିତିଥିବା ଅର୍ଥ ହ୍ରାସ ପାଇ କେବଳ ୩.୨ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥାଆନ୍ତା। ୭କୋଟି ପାଇଁ ତାଙ୍କ ସାମ୍ନାରେ ପ୍ରଶ୍ନ ଥିଲା, ‘ପ୍ରଥମେ ଷ୍ଟାକ୍‌ ଟିକର ଆବିଷ୍କାର ୧୮୬୭ ମସିହାରେ କିଏ କରିଥିଲେ? ଏହି ପ୍ରଶ୍ନ ଉପରେ ବିନୀତଙ୍କ କୌଣସି ଜ୍ଞାନ ନଥିଲା। ଏତେ ବଡ଼ ପଶ୍ନ ଉପରେ ସେ ଆଦୌ ରିସ୍କ ନେବାକୁ ଚାହୁଁ ନଥିଲେ। ସେଥିପାଇଁ ସେ ୧କୋଟି ଟଙ୍କା ସହିତ ଗେମ୍‌ରୁ ଓହରି ଯାଇଥିଲେ।

ଏହାପରେ ବିଗ୍‌ ବି ତାଙ୍କୁ ପଚାରିଥିଲେ ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଦେଇ ଥାଆନ୍ତେ ତେବେ କେଉଁ ବିକଳ୍ପକୁ ବାଛି ଥାଆନ୍ତେ। ବିନୀତ ଅପସନ୍‌ ‘ଏ’ ଏଡଓ୍ଵର୍ଡ ଚାଲାନ୍‌ କହିଥିଲେ। ଯେଉଁଟା କି ସଠିକ୍‌ ଉତ୍ତର ଥିଲା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର