ବର୍ଷାଙ୍କୁ ମିଳିଛି ଏହି ହିରୋଙ୍କ ସାଥ୍‌ ,କିନ୍ତୁ ଅର୍ଚ୍ଚିତାଙ୍କୁ ମିଳି ନାହିଁ !

0 799

ଭୁବନେଶ୍ୱର: ଓଲିଉଡ଼୍‍ର ପପୁଲାର୍‌ ହିରୋଇନ୍‌ମାନଙ୍କ ମଧ୍ୟରୁ ଅର୍ଚ୍ଚିତା ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ୨୦୦୫ ରେ ରିଲିଜ୍‌ ହୋଇଥିବା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଓ ମାଇଁ ଲଭ୍‌’ରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଅର୍ଚ୍ଚିତାଙ୍କ ଡ଼େବ୍ୟୁ ଫିଲ୍ମ ‘ଓ ମାଇଁ ଲଭ୍‌’ରେ ହିରୋ ଥିଲେ ନବାଗତ ରାଜଦୀପ। ତାଙ୍କର ଦ୍ୱିତୀୟ ସିନେମା ‘ବାବୁ ଆଇ ଲଭ୍‌ ୟୁ’ରେ ନାୟକ ବନିଥିଲେ ଆଉ ଜଣେ ନବାଗତ ଚନ୍ଦନ।

ଏହାପରେ ଅର୍ଚ୍ଚିତା ଇତିମଧ୍ୟରେ ଓଲିଉଡ଼୍‍ରେ ୧୩ ବର୍ଷ ପୂରଣ କରିସାରଲେଣି। ଏହି ସମୟ ଭିତରେ ଅର୍ଚ୍ଚିତା ଓଲିଉଡ଼୍‍ର ଅଧିକାଂଶ ଟପ୍‌ ହିରୋ ଅର୍ଚ୍ଚିତା ସବ୍ୟସାଚୀ,ଅନୁଭବ,ଅରିନ୍ଦମ୍‌,ବାବୁସାନ୍‌,ଆକାଶ ଓ ବୁଦ୍ଧାଦିତ୍ୟଙ୍କ ପରି ଟପ୍‌ ହିରୋଙ୍କ ସହିତ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିଛନ୍ତି।


ତେବେ ଆପଣ ଜାଣନ୍ତି କି ଓଲିଉଡ଼୍‍ର ଏଭଳି ଜଣେ ନାୟକ ଅଛନ୍ତି ,ଯାହାଙ୍କ ସହ ରୁପେଲି ପରଦା ଉପରେ ଅର୍ଚ୍ଚିତାଙ୍କୁ ରୋମାନସ୍‌ କରିବାର ସୁଯୋଗ ମିଳି ନାହିଁ। ଏହି ନାୟକଙ୍କ ନାମ ହେଲା ସିଦ୍ଧାନ୍ତ। ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅର୍ଚ୍ଚିତା ବେଶ୍‌ କେତାଟି ସିନେମାରେ କାମ କରିଥିଲେ ବି କୌଣସିିରେ ସିଦ୍ଧାନ୍ତ ତାଙ୍କର ନାୟକ ଭୂମିକାରେ ଅଭିନୟ କରି ନାହାନ୍ତି। ଅପରପକ୍ଷରେ ଅର୍ଚ୍ଚିତାଙ୍କ ଠାରୁ କ୍ୟାରିଅର୍‌ରେ ମାତ୍ର ଦୁଇବର୍ଷ ସିନିଅର୍‌ ବର୍ଷା ପ୍ରିୟଦର୍ଶିନୀ ସିଦ୍ଧାନ୍ତଙ୍କ ସହିତ ଯୋଡ଼ି ବନିଛନ୍ତି।ସିଦ୍ଧାନ୍ତ-ବର୍ଷାଙ୍କ ଯୋଡି ବି ହିଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.