ଏହିସବୁ ସିନେମାରେ ଅନୁଭବଙ୍କ ସାଥ୍‌ ଛାଡିଥିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଲିଉଡର ଏକ ବିଗ୍‌ ବଜେଟ୍‌ ମୁଭି ଥିଲା ‘ଡନ୍‌’। ବିନୟ ନାୟକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅନୁଭବଙ୍କ ବିପକ୍ଷରେ ଲଭଲିଙ୍କୁ ପ୍ରଥମ ଏବଂ ଅନ୍ତିମ ଥର ଲାଗି ଦେଖିବାକୁ ମିଳିଥିଲା। ହେଲେ ଆପଣ କ’ଣ ଜାଣନ୍ତି ଯେ ଏହି ଛବିରେ ଲଭଲି କରିଥିବା ଚରିତ୍ର ଲାଗି ପ୍ରଥମେ ବର୍ଷାଙ୍କୁ ନିଆଯାଇଥିଲା ହେଲେ ସେ ତିନି ଦିନ କାମ କରିବାପରେ ସେହି ସିନେମା ଛାଡି ଦେଇଥିଲେ।

ଓଡ଼ିଆ ସିନେ ଜଗତର ଏକ ମାଇଲ ଷ୍ଟୋନ୍‌ ଫିଲ୍ମ ହେଲା ‘ଆକାଶେ କି ରଙ୍ଗ ଲାଗିଲା’ । ଏହି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ଅନୁଭବ ମହାନ୍ତି ଏବଂ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଡ୍ୟାସିଂଗ୍‌ ଅର୍ଚ୍ଚିତା । ତେବେ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଏହି ଭୂମିକା ଲାଗି ପ୍ରଥମେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆପ୍ରୋଚ୍‌ କରାଯାଇଥିଲାା ସେତେବେଳେ ସେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ହେତୁ ଏହି ଅଫରକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲୋ ତେବେ ସେ ଯାହା ହେଉନା କାହିଁକି ‘ଆକାଶେ କି ରଙ୍ଗ ଲାଗିଲା’ର ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ‘ଆମ ଭିତରେ କିଛି ଅଛି’ରେ ପରେ ଦେଖା ଦେଇଥିଲେ ବର୍ଷା ଏବଂ ଏଥିରେ ତାଙ୍କର ନାୟକ ଥିଲେ ଅନୁଭବ ।

photo-youtube

ଠିକ୍‌ ସେହିପରି ଏନ୍‌ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ମୁନ୍ନା-ଏ ଲଭ୍‌ ଷ୍ଟୋରି’ରେ ନୈନା ଦାଶ ଯେଉଁ ଭୂମିକାରେ ଅଭିନୟ କରିଥିଲେ ସେହି ଚରିତ୍ର ଲାଗି ପ୍ରଥମେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିଆଯାଇଥିଲା। ମାତ୍ର ଶେଷ ସମୟରେ ସେ ଏଥିରୁ ଓହରିଯାଇଥିଲେ। ଫଳତଃ ବର୍ଷା ଉପରୋକ୍ତ ସିନେମାଗୁଡିକରେ ଅନୁଭବଙ୍କ ନାୟିକା ବନି ପାରି ନଥିଲେ।

ସମ୍ବନ୍ଧିତ ଖବର