କେଉଁ ନିର୍ଦ୍ଦେଶକଙ୍କ ସହ ସର୍ବାଧିକ କାମ କରିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଜଣେ ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ବର୍ଷା ବି ପ୍ରତି ବର୍ଷ ସିନେମାରେ ନଜର ଆସୁଛନ୍ତି। ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ମା’ ଓ ‘ଗୋଲାମଗିରି’ଛବିରେ ଶିଶୁ କଳାକାର ଭାବରେ ପ୍ରଥମେ ପରଦାକୁ ଆସିଥିଲେ। ତେବେ ବିନୟ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଏ ଯୁଗର କୃଷ୍ଣ ସୁଦାମା’ହେଲା ବର୍ଷାଙ୍କର ନାୟିକା ରୂପେ ପ୍ରଥମ ଓଡ଼ିଆ ଛବି।

ଏହାପରେ ଆଉ ପଛକୁ ଫେରି ଚାହିଁ ନଥିବା ବର୍ଷା ପ୍ରିୟଦର୍ଶିନୀ ବିଗତ ୧୪ ବର୍ଷ ଭିତରେ ଶିଶିର ମିଶ୍ର ,ହର ପଟ୍ଟନାୟକ,ବସନ୍ତ ସାହୁ,ହିମାଂଶୁ ପରିଜା,ଅରୁଣ ମହାନ୍ତି , ସୁଧାଂଶୁ ମୋହନ ସାହୁ ,ସଞ୍ଜୟ ନାୟକ ,ରବି କିନ୍ନାଗୀ,ଦିଲୀପ ପଣ୍ଡା,ଜ୍ୟୋତି ଦାସ,ଏସ୍‌.କେ ମୁରଲୀଧରନ୍‌,ମୁରଲୀକ୍ରିଷ୍ଣା,ଅଶୋକ ପତି,ସୁଶାନ୍ତ ମଣି,ସୁଧାକର ବସନ୍ତ,ଏନ୍‌ ପାଢ଼ୀ ଓ ମୃତ୍ୟୁଞ୍ଜୟ ସାହୁଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି।

ହେଲେ ଆପଣ ଜାଣନ୍ତି କି ଏମାନଙ୍କ ଭିତରୁ କେଉଁ ନିର୍ଦ୍ଦେଶକଙ୍କ ସହ ସବୁଠୁ ବେଶି କାମ କରିଛନ୍ତି ବର୍ଷା । ହଁ ସେହି ନିର୍ଦ୍ଦେଶକଜଣକ ହେଲେ ସୁଧାକର ବସନ୍ତ । ସୁଧାକରଙ୍କ ସହ ବର୍ଷାଙ୍କର ପ୍ରଥମ ଓଡ଼ିଆ ସିନେମା ହେଲା ‘କିଏ ସେ ଡାକୁଛି କୋଉଠି ମତେ’। ଏହାପରେ ତାଙ୍କୁ ଉକ୍ତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶିତ ‘ବାଳୁଙ୍ଗାଟୋକା’,‘ସମଥିଙ୍ଗ ସମଥିଙ୍ଗ୍‌’,‘ମୋ ଦୁନିଆ ତୁ ହି ତୁ’,‘ମାଟ୍ରିକ୍‌ ଫେଲ୍‌’ ଆଦି ସିନେମାରେ ଦେଖିବାକୁ ମିଳିଥିଲା । ଏପରି ୫ଟି ସିନେମାରେ ସୁଧାକର ବସନ୍ତଙ୍କ ସହ ବର୍ଷା ପ୍ରିୟଦର୍ଶିନୀ କାମ କରିଥିଲେ । ଏହି ସବୁ ସିନେମାରେ ଅନୁଭବ-ବର୍ଷାଙ୍କ ଯୋଡିକୁ ଦେଖିବାକୁ ପାଇଥିଲେ ଦର୍ଶକ।

 

 

ସମ୍ବନ୍ଧିତ ଖବର