‘ବିଙ୍ଗ୍‌ ହ୍ୟୁମନ୍‌’ର ସିଇଓଙ୍କ ଉପରେ ମାଡ଼ ମାରିବା ଅଭିଯୋଗ ଆଣିଲେ ମଡେଲ ଆଣ୍ଡ୍ରିଆ, ଗୋଟେ କାନରେ ଶୁଣିବାକୁ ହେଲେ ଅକ୍ଷମ

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ପରିଚ୍ଛଦ ବ୍ରାଣ୍ଡ ବିଙ୍ଗ୍‌ ହ୍ୟୁମନ୍‌ର ସିଇଓଙ୍କ ଉପରେ ଜଣେ ମଡେଲ ଗମ୍ଭୀର ଆରୋପ ଲଗାଇଛନ୍ତି । ମଡେଲ ଆଣ୍ଡ୍ରିଆ ଡି’ସୁଜା ‘ବିଙ୍ଗ୍‌ ହ୍ୟୁମନ୍‌’ର ସିଇଓ ମନୀଷ ମନ୍ଧାନାଙ୍କ ଉପରେ ମାର୍‌ ପିଟ୍‌ କରିବାର ଅଭିଯୋଗ ଲଗାଇବା ସହ ଏହି ଘଟଣା ପରେ ସେ ଗୋଟେ କାନରେ ଶୁଣି ପାରୁ ନଥିବା ଅଭିଯୋଗ କରିଛନ୍ତି । ଆଣ୍ଡ୍ରିଆ ଅଭିଯୋଗ କରିବା ପରେ ଧାରା ୩୨୫ଅନୁଯାୟୀ ମନୀଷ ମନ୍ଧାନାଙ୍କ ବିରୋଧରେ ମାମଲା ରୁଜୁ କରିଛି ଗାମଦେବୀ ପୁଲିସ ।

ଆଣ୍ଡ୍ରିଆଙ୍କ ଅଭିଯୋଗ ଅନୁଯାୟୀ, ୨୦୧୫ରେ ଦୁବାଇରେ ‘ବିଙ୍ଗ୍‌ ହ୍ୟୁମନ୍‌’ର ଷ୍ଟୋର ଲଞ୍ଚ ସମୟରେ ସେ ମନୀଷ ମନ୍ଧାନାଙ୍କ ସଂପର୍କରେ ଆସିଥିଲେ । ଧୀରେ ଧୀରେ ଦୁହେଁ କଥା ହେବା ଆରମ୍ଭ କରିବା ସହ ମନୀଷ ମନ୍ଧାନା ଆଣ୍ଡ୍ରିଆଙ୍କୁ ବିବାହ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ମନୀଷ ବିବାହିତ ହୋଇଥିଲେ ମଧ୍ୟ ମୁଁ ମୋ ପତ୍ନୀଙ୍କଠାରୁ ଖୁବ୍‌ ଶୀଘ୍ର ଛାଡ଼ପତ୍ର ନେଉଛି । ମୋ ପତ୍ନୀ ଏବଂ ପିଲାମାନେ ଅଲଗା ରହୁଛନ୍ତି ବୋଲି ମନୀଷ ଆଣ୍ଡ୍ରିଆଙ୍କୁ ମିଛ କହିଥିଲେ । ୨୦୧୭ରେ ଆଣ୍ଡ୍ରିଆଙ୍କ ସାମ୍ନାକୁ ମନୀଷଙ୍କ ଅସଲ ଚେହେରା ଆସିଥିଲା । କେବଳ ଆଣ୍ଡ୍ରିଆ ନୁହନ୍ତି ଏମିତି ଅନେକ ଝିଅଙ୍କ ସହ ମନୀଷ ସଂପର୍କ ରଖିଥିବା ଜାଣି ସେ ଏ ନେଇ ମନୀଷଙ୍କୁ ପଚାରିଥିଲେ । ମନୀଷ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଆଣ୍ଡ୍ରିଆଙ୍କୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ ।

CineBlitz

ମନୀଷଙ୍କ ମାଡ଼ରେ ଆଣ୍ଡ୍ରିଆଙ୍କ ଆହତ ହୋଇ ଯାଇଥିବାରୁ ସେ ବିଗ୍‌ ବସ୍‌ର ଅଡିସନ୍‌ ମଧ୍ୟ ଦେବାକୁ ଯାଇ ପାରି ନଥିଲେ । ଏହାର ୬ମାସ ପରେ ଆଣ୍ଡ୍ରିଆଙ୍କ କାନକୁ ଶୁଭିବା ବନ୍ଦ ହୋଇ ଯାଇଥିଲା । ଗଭୀର ଆଘାତ ଲାଗି ତାଙ୍କ ଡ଼ାହାଣ କାନ ଖରାପ ହୋଇ ଯାଇଥିବା ଡ଼ାକ୍ତର ଜଣାଇବା ପରେ ଆଣ୍ଡ୍ରିଆ ଏବେ ପୁଲିସରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର