ଭାଗମତୀ ହୋଇ ଡରାଉ ଥିଲେ ‘ବାହୁବଳୀ’ର ଦେବସେନା, ପ୍ରଭାସ କଲେ ପ୍ରଶଂସା

ନୂଆଦିଲ୍ଲୀ: ‘ବହୁବଳୀ’ ସିନେମାର ଦେବସେନାଙ୍କ ଏକ ନୂଆ ଅବତାର ସାମ୍ନାକୁ ଆସିଛି। ତେବେ କଥାଟି ହେଉଛି ଏପରି, ଅନୁଷ୍କା ସେଟ୍ଟୀଙ୍କ ଅଭିନୀତ ସିନେମା ‘ଭାଗମତୀ’ର ଟିଜର ରିଲିଜ ହୋଇଛି। ଏଥିରେ ଅନୁଷ୍କା ସେଟ୍ଟୀ ଏକ ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି। ତେବେ ଅନୁଷ୍କାଙ୍କ ଏହି ଚରିତ୍ର ଓ ଅଭିନୟକୁ ଅଭିନେତା ପ୍ରଭାସ ନିଜ ଟୁଇଟରରେ ଭୁରିଭୁରି ପ୍ରଶଂସା କରିଛନ୍ତି।

‘ଭାଗମତୀ’ ଏକ ଥ୍ରିଲର । ଏହାର ଟିଜରରେ ଏକ ଭୂତକୋଠା ଦେଖିବାକୁ ମିଳୁଛି, ଯାହାକୁ ଦେଖି ଲୋମମୂଳ ଟାଙ୍କୁରି ଉଠୁଛି। ଏଥିରେ ଥିବା ଅନୁଷ୍କାଙ୍କ ଅଭିନୀତ  ଏକ ଦୃଶ୍ୟକୁ ଦେଖି ଲାଗୁଛି ଏହାଠୁ ଭୟାନକ ଆଉ କିଛି ହୋଇ ନ ପାରେ। ହଠାତ୍ କ୍ୟାମେରା ରକ୍ତରେ ଜୁଡୁବୁଡୁ ଅନୁଷ୍କା ସେଟ୍ଟୀଙ୍କ ଉପରେ କେନ୍ଦ୍ରୀତ ହେଉଛି।  ଅନୁଷ୍କା ନିଜ ହାତରେ ନିଜେ କୁରାଢ଼ୀ ମାରୁଥିବାରୁ ଦେଖିବାକୁ ମିଳୁଛି।

ସିନେମା ‘ବାହୁବଳୀ’ ପରେ ପ୍ରଭାସ ଓ ଅନୁଷ୍କା ଅନେକଙ୍କ ପସନ୍ଦର ଯୋଡ଼ି ବନିଥିଲେ। ‘ବାହୁବଳୀ’ରେ ଦୁହିଁଙ୍କ କେମେଷ୍ଟି୍ ଦର୍ଶକଙ୍କୁ ବହୁ ପସନ୍ଦ ଆସିଥିଲା। ଏହି ସିନେମା ପରେ ଅନୁଷ୍କାଙ୍କୁ ସିନେମା ‘ଭାଗମତୀ’ରେ ଦେଖିବାକୁ ମିଳିଥିବା ବେଳେ ପ୍ରଭାସ ‘ସାହୋ’ ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସିବେ।

ସମ୍ବନ୍ଧିତ ଖବର