‘ଭାବିଜୀ ଘର୍‌ ପର ହୈ’ର ଅଭିନେତାଙ୍କ ଖୁଲାସା : କ୍ରିକେଟ ଖେଳାଇବାର ସୁଯୋଗ ଦେବି କହି କୋଚ୍‌ ଶାରୀରିକ ସଂପର୍କ ଲାଗି କହିଥିଲେ

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି।  ଘଟଣାର ସତ୍ୟାସତ୍ୟ ଜଣା ପଡ଼ି ନ ଥିବା ବେଳେ  ଏବେ ଆଉ ଜଣେ ଧାରାବାହିକ ଅଭିନେତା କାଷ୍ଟିଙ୍ଗ୍‌ କାଉଚ୍‌କୁ ନେଇ ବଡ଼ ଖୁଲାସା କରିଛନ୍ତି । ଧାରାବାହିକ ‘ଭାବିଜୀ ଘର ପର୍‌ ହେଁ’ରେ ସକ୍ସେନା ଚରିତ୍ରରେ ନଜର ଆସୁଥିବା ଅଭିନେତା ସାନନ୍ଦ ବର୍ମା ନିଜ ସହ ହୋଇଥିବା ଏକ ବଡ଼ ଘଟଣାର ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ କ୍ରିକେଟ ଖେଳାଇବାର ଆଶା ଦେଇ ତାଙ୍କ କୋଚ୍‌ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ବୋଲି କହିଛନ୍ତି ସାନନ୍ଦ । ଏହି ଘଟଣା ଉପରେ ବିସ୍ତାର ଭାବରେ କହିବାକୁ ଯାଇ ସାନନ୍ଦ ପୂରା ଘଟଣା ବଖାଣିଛନ୍ତି।

YouTube

ତାଙ୍କ କହିବା ଅନୁଯାୟୀ,ତାଙ୍କୁ ଛୋଟ ବେଳେ କ୍ରିକେଟ ଖେଳିବା ପାଇଁ ବହୁତ ଇଚ୍ଛା ଥିଲା । ୧୪-୧୫ବର୍ଷ ବୟସରେ ସେ ଠିକ୍‌ଠାକ୍‌ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ ଭଲ ଭାବରେ ଖେଳିବା ପାଇଁ ସେ ସବୁବେଳେ ଉଦ୍ୟମ କରି ଆସୁଥିଲେ । କ୍ରିକେଟ ବିଷୟରେ ଭଲ ଭାବରେ ଜାଣିବା ପାଇଁ ସେ ପଟନାର ଏକ ଜଣାଶୁଣା କୋଚ୍‌ଙ୍କ ସହ ସାକ୍ଷତ କରିଥିଲେ । ରଣଜୀ ଟିମ୍‌ରେ ସାନନ୍ଦଙ୍କୁ ଯିବାର ଇଚ୍ଛା ଥିବାରୁ ସେ ଏହି କୋଚ୍‌ଙ୍କୁ ଯାଇ ଭେଟିଥିଲେ । କିନ୍ତୁ କୋଚ୍‌ ତାଙ୍କୁ ରଣଜୀ ଟିମ୍‌ରେ ନେବା ପାଇଁ ତାଙ୍କ ସହ ଶାରରୀରିକ ସଂପର୍କ ରଖିବା ପାଇଁ ସର୍ତ୍ତ ରଖିଥିଲେ । ଯାହାକୁ ଶୁଣି ସାନନ୍ଦ ସେଠାରୁ ଚାଲି ଆସିଥିଲେ । କାଷ୍ଟିଙ୍ଗ କାଉଚ୍‌ ଭଳି ସମସ୍ୟା କେବଳ ବଲିଉଡ୍‌ରେ ନୁହେଁ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସାନନ୍ଦ ।

ସମ୍ବନ୍ଧିତ ଖବର