ସଲମାନଙ୍କ ସହ ଏହି ଦୃଶ୍ୟର ସୁଟିଂ କରିବା ପୂର୍ବରୁ ଘଣ୍ଟାଏ ପର୍ଯ୍ୟନ୍ତ କାନ୍ଦିଥିଲେ ଭାଗ୍ୟଶ୍ରୀ, ନିର୍ଦ୍ଦେଶକ ପଚାରିବା ପରେ ଜଣାଇଥିଲେ କାରଣ

ମୁମ୍ବାଇ : ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ ପରେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତ୍ରୀ ଭାଗ୍ୟଶ୍ରୀ । ଏହା ତାଙ୍କର ପ୍ରଥର ଚଳଚ୍ଚିତ୍ର ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲେ ଏବେକାର ସୁପର୍‌ଷ୍ଟାର୍‌ ସଲମାନ ଖାନ୍‌। ଭାଗ୍ୟାଶ୍ରୀଙ୍କ ପ୍ରଥମ ଫିଲ୍ମରେ ଏମିତି ଅନେକ ଘଟଣା ଘଟିଥିଲା, ଯାହାକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ହୁଏ । ଜାଣିବାକୁ ମିଳେ ଯେ ଫିଲ୍ମର ଏକ ଦୃଶ୍ୟର ସୁଟିଂ ସମୟରେ ଭାଗ୍ୟଶ୍ରୀ ଖୁବ୍‌ ଜୋର୍‌ରେ କାନ୍ଦିବାକୁ ଲାଗିଥିଲେ । ଯାହା ପରେ ସଲମାନ ସଲମାନ ‘ମୁଁ କିଛି ଭୁଲ କରିଦେଲି କି?’ ବୋଲି ପ୍ରଶ୍ନ କରିଥିଲେ ।

Deccan Chronicle

ସଲମାନଙ୍କ ପ୍ରଶ୍ନ ଶୁଣି ଭାଗ୍ୟଶ୍ରୀ ନାଁ ବୋଲି କହିଥିଲେ । ସେହି ଦୃଶ୍ୟର ସୁଟିଂ ପରେ ନିର୍ଦ୍ଦେଶକ ଭାଗ୍ୟାଶ୍ରୀଙ୍କୁ କାନ୍ଦିବାର କାରଣ ପଚାରିଥିଲେ । ଯାହାର ଉତ୍ତର ରଖି ଭାଗ୍ୟଶ୍ରୀ କହିଥିଲେ, ‘ମୁଁ ଏକ ରୁଢ଼ୀବାଦି ପରିବାରରୁ ଆସିଛି । ଆମ ଘରେ ସାଲଓ୍ଵାରକୁ ଛାଡ଼ି ଦେଲେ ଆଉ କିଛି ପିନ୍ଧନ୍ତି ନାହିଁ । କିନ୍ତୁ ମୁଁ ଫିଲ୍ମ ପାଇଁ ସଲମାନଙ୍କୁ ଆଲିଙ୍ଗନ କରୁଥିବାର ଦୃଶ୍ୟ କରିବା କଥା ଭାବି ଡ଼ରି ଯାଇଥିଲି । ଯାହା ପାଇଁ ମୋ ଆଖିରେ ଲୁହ ଆସି ଯାଇଥିଲା।’ ଏହା ପରେ ଫିଲ୍ମର ବାକି ସୁଟିଂ ଭାଗ୍ୟଶ୍ରୀଙ୍କ ଇଚ୍ଛା ମୁତାବିକ ହିଁ ହୋଇଥିଲା ।

ସମ୍ବନ୍ଧିତ ଖବର