ବିବାହ ନୁହେଁ, ଏହି କାରଣ ପାଇଁ ‘ଭାରତ’ ଛାଡ଼ିଥିଲେ ପ୍ରିୟଙ୍କା, ନିଜେ କଲେ ଖୁଲାସା

ମୁମ୍ବାଇ : ଇଦ୍‌ ଅବସରରେ ରିଲିଜ୍‌ ହୋଇଛି  ଫିଲ୍ମ ‘ଭାରତ’ । ରିଲିଜ୍‌ ପରେ ପରେ ହିଁ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଏହା ସହ ଫିଲ୍ମରେ କ୍ୟାଟ୍ରିନା ଏବଂ ସଲମାନଙ୍କ ଯୋଡ଼ିକୁ ମଧ୍ୟ ଲୋକେ ପସନ୍ଦ କରିଛନ୍ତି । ତେବେ ଫିଲ୍ମର ସୁଟିଂ ଆରମ୍ଭରୁ କ୍ୟାଟ୍ରିନାଙ୍କ ପୂର୍ବରୁ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ସେ ଶେଷ ମୂହୁର୍ତ୍ତରେ ଫିଲ୍ମ କରିବାକୁ ମନା କରି ଦେଇଥିଲେ ପ୍ରିୟଙ୍କା । ପ୍ରଥମେ ପ୍ରଥମେ ସେ ନିକ୍‌ଙ୍କୁ ବିବାହ କରିବା ପାଇଁ ଫିଲ୍ମ ‘ଭାରତ’ ଛାଡ଼ିଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି । ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ କାମ କରିବା ପାଇଁ ସେ ଫିଲ୍ମ ‘ଭାରତ’ ଛାଡ଼ିଥିଲେ ବୋଲି କହିଛନ୍ତି ପ୍ରିୟଙ୍କା । ‘ଦ ସ୍କାଏ ଇଜ୍‌ ପିଙ୍କ’ର ସୁଟିଂର ଶେଷ ଦିନ ରଖା ଯାଇଥିବା ପାର୍ଟିରେ ଯୋଗ ଦେଇ ଏହି ଖୁଲାସା କରିଛନ୍ତି ପ୍ରିୟଙ୍କା ।

 

ତାଙ୍କ କହିବା ଅନୁଯାୟୀ, “ମୁଁ କ’ଣ ପାଇଁ ଭାରତ ଛାଡ଼ିଲି ବୋଲି ସମସ୍ତେ ମୋତେ ପ୍ରଶ୍ନ କରି ଆସିଛନ୍ତି? ମୁଁ କ’ଣ ପାଇଁ ନାଚିବା ଗାଇବା ଭଳି ଫିଲ୍ମ ଛାଡ଼ି ଦେଲି, ସେ ନେଇ ଅନେକ ପ୍ରଶ୍ନର ସାମ୍ନା ମୋତେ କରିବାକୁ ପଡ଼ିଛି । ମୁଁ ବିବାହ କରିବା ପାଇଁ ଫିଲ୍ମ ଛାଡ଼ିଥିଲି ବୋଲି ସମସ୍ତେ ଭାବି ନେଇଥିବା ବେଳେ ମୁଁ କିନ୍ତୁ ସୋନାଲୀ ବୋଷଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ କାମ କରିବା ପାଇଁ ‘ଭାରତ’ ଛାଡ଼ିଥିଲି । କାରଣ ସୋନାଲୀ ବୋଷଙ୍କ କାହାଣୀ ମୋତେ ଖୁବ୍‌ ପସନ୍ଦ ଆସିଥିଲା।”

ସମ୍ବନ୍ଧିତ ଖବର