‘ଭାରତ’ ଫିଲ୍ମର ଗୋଟିଏ ଗୀତରେ ନାଚିବେ ୫୦୦ ନୃତ୍ୟଶିଳ୍ପୀ

ମୁମ୍ବାଇ : କିଛି ଦିନ ହେବ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚା ଲାଗି ରହିଛି । ଅଭିନେତ୍ରୀ ପ୍ରିୟଙ୍କା ଏହି ଫିଲ୍ମ ଶେଷ ମୂହୁର୍ତ୍ତରେ ଛାଡ଼ିବା ପରେ ଫିଲ୍ମର ଲିଡ୍‌ରେ କିଏ ରହିବ ସେ ନେଇ ଚିନ୍ତାରେ ପଡ଼ିଥିଲେ ନିର୍ମାତା । ଏବେ କ୍ୟାଟ୍ରିନାଙ୍କୁ ସେହି ସ୍ଥାନ ଦିଆଯାଇଥିବା ଜଣାପଡ଼ିଛି । ତେବେ ଫିଲ୍ମର ସୁଟିଂ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ଫିଲ୍ମରେ ଥିବା ଏକ ଡ଼୍ୟାନ୍ସ ନମ୍ବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଲମାନ ଖାନ୍‌ ଏବଂ ଦିଶା ପଟାନୀଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିବା ଏହି ଗୀତ ୫୦୦ ନୃତ୍ୟାଙ୍ଗନା ଅଂଶଗ୍ରହଣ କରିଛନ୍ତି। ଏହି ଗୀତରେ ସଲମାନ ଏବଂ ଦିଶାଙ୍କ ସମେତ ଏହି ୫୦୦ଜଣ ନୃତ୍ୟ କରୁଥିବାର ଆପଣମାନେ ଦେଖିପାରିବେ ।

India.com

ଏହା ବଲିଉଡ୍‌ର ସବୁଠାରୁ ବଡ଼ ନୃତ୍ୟ ମଧ୍ୟରୁ ଗୋଟିଏ ହେବାକୁ ଯାଉଥିବା ଜଣାପଡ଼ିଛି । ଏହା ଏକ ସର୍କସ୍‌ ଡ଼୍ୟାନ୍ସ । ଏହି ଗୀତରେ ସଲମାନଙ୍କୁ ଭିନ୍ନ ଭିନ୍ନ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର