‘ବିଗବସ୍-୧୩’ ରେ ଓ୍ଵାଇଲ୍ଡକାର୍ଡ ଏଣ୍ଟ୍ରିର ସୁଯୋଗ ପାଇପାରନ୍ତି କେଶରୀ ଲାଲ ଯାଦବ

ନୂଆଦିଲ୍ଲୀ: ‘ବିଗବସ୍‌-୧୩’ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାରେ ଲାଗିଛି। ତେବେ, ମଝିରେ କାହାକୁ ଓ୍ଵାଇଲ୍ଡକାର୍ଡ ଏଣ୍ଟ୍ରି ମିଳିବ ସେ ନେଇ ଦର୍ଶକଙ୍କ ଉତ୍କଣ୍ଠା ରହିଥିବା ବେଳେ ଭୋଜପୁରୀ ଅଭିନେତା କେଶରୀ ଲାଲ ଯାଦବଙ୍କୁ ଏହି ସୁଯୋଗ ମିଳିପାରେ ବୋଲି ଶୁଣିବାକୁ ମିଳିଛି। ଦୀପାବଳୀ ସମୟରେ ଏହି ଅଭିନେତା ‘ବିଗବସ୍‌-୧୩’ରେ ପ୍ରବେଶ କରିପାରନ୍ତି ବୋଲି ସୂଚନା ରହିଛି।

ନିକଟରେ ଗଣମାଧ୍ୟମରେ ସୂଚନା ଦେଇ ଅଭିନେତା କେଶରୀ ଲାଲ କହିଛନ୍ତି ଯେ ସେ ଖୁବ୍‌ ଶୀଘ୍ର ବିଗ୍‌ବସ୍‌ ହାଉସ୍‌ରେ ପ୍ରବେଶ କରିବେ। ଆକ୍ଟୋବର ୨୫ରେ ସେ ଗୃହକୁ ଯାଇପାରନ୍ତି ବୋଲି ଜାଣିବାକୁ ମିଳିଛି। ୨୦୧୨ ମସିହାରେ ‘ସାଜନ ଚଲେ ଶଶୁରାଲ୍‌’ ଚଳଚ୍ଚିତ୍ର ଜରିଆରେ ଲାଇମ୍‌ଲାଇଟ୍‌କୁ ଆସିଥିଲେ କେଶରୀ ଲାଲ।

Newsd

ସେ ଅନେକ ଭୋଜପୁରୀ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ଭୋଜପୁରୀ ଚଳଚ୍ଚିତ୍ର ଜଗତର ସେ ଜଣେ ଚିହ୍ନା ଚେହେରା। ତେବେ, ବିଗବସ୍ ରିୟଲିଟି ସୋ’ରେ ଭାଗ ନେବାରେ ସେ ପ୍ରଥମ ଭୋଜପୁରୀ କଳାକାର ନୁହଁନ୍ତି, ତାଙ୍କ ପୂର୍ବରୁ ମନୋଜ ତିଓ୍ଵାରୀ, ରବି କିଷନ ଏବଂ ମୋନାଲିସା ବିଗ୍‌ବସ୍‌ ଗୃହରେ ଦେଖିବାକୁ ମିଳିଛନ୍ତି।

ସମ୍ବନ୍ଧିତ ଖବର