ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗ୍‌ ନମ୍ବର’ ଏବଂ ‘ଜୟ ଶ୍ରୀରାମ’ରେ ଅଭିନୟ କରିଥିବା ନାୟିକା ଏବେ ଭୋଜପୁରୀ ସୁପରଷ୍ଟାର୍‌!

0 1,883

ଛୋଟ ପରଦାରେ ବିଗ୍‌ବସ୍‌ ସୋ’ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରି ଭୋଜପୁରୀ ସିନେମାରେ ସୁପରଷ୍ଟାର୍‌ ମୋନାଲିସା ସାରା ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି।ସେ ଏହି ସୋ’ରେ ତାଙ୍କର ପ୍ରେମିକ ବିକ୍ରାନ୍ତ ସିଂହଙ୍କୁ ମଧ୍ୟ ବିବାହ କରିଥିଲେ।ଏହାପରେ ବିକ୍ରାନ୍ତ ଓ ମୋନାଲିସାଙ୍କ ଯୋଡ଼ିକୁ ଡ଼୍ୟାନ୍‌ସ ରିଆଲିଟି ସୋ’ ନଚ୍‌ବଲିୟେରେ ମଧ୍ୟ ଦେଖିବାକୁ ମିଳିଥିଲା।

ନିକଟରେ ମୋନାଲିସା ଏକ ସାକ୍ଷାତକାରରେ ନିଜର ସଂଘର୍ଷମୟ ଜୀବନର ଖୁଲାସା କରିଥିଲେ। ଶହେରୁ ଅଧିକ ଭୋଜପୁରୀ ସିନେମାରେ ନାୟିକା ମୋନାଲିସା ନିଜ ପରିବାରର ଆର୍ଥିକ ଦୁଃସ୍ଥିତି ଯୋଗୁଁ ମାତ୍ର ୧୫ ବର୍ଷ ବୟସରେ ରେସ୍ତୁରାଁରେ େଓ୍ଵଟର୍‌ ଭାବେ କାମ କରିଥିଲେ।ସେତେବେଳେ ତାଙ୍କୁ ଦୈନିକ ୧୨୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଦିନେ ଜଣେ ବଙ୍ଗଳା ପ୍ରଯୋଜକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୋନାଲିସା। ସେ ମୋନାଲିସାଙ୍କୁ ମଡ଼େଲିଂ କରିବା ଲାଗି ପରାମର୍ଶ ଦେଇଥିଲେ।
ଏହାପରେ ମୋନାଲିସା ଚାକିରି ସାଙ୍ଗକୁ ମଡ଼େଲିଂ ଲାଇନ୍‌ରେ ସକ୍ରିୟ ହେଲେ।ତେବେ ମାତ୍ର ୧୮ ବର୍ଷ ବୟସରେ ମୋନାଲିସା ଏକ ବଙ୍ଗଳା ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ।

ତାଙ୍କୁ ନିର୍ଦ୍ଦେଶକ ବବି ଇସ୍‌ଲାମ୍‌ ‘ରଙ୍ଗ୍‌ ନମ୍ବର’ଚଳଚ୍ଚିତ୍ରରେ ଏକ ଆଇଟମ୍‌ ନମ୍ବର ଲାଗି ଚୁକ୍ତିବଦ୍ଧ କରିଥିଲେ। ଏଥିରେ ତାଙ୍କର ହଟ୍‌ ଆଇଟମ୍‌ ଗୀତ ପାଇଁ ବେଶ ଚର୍ଚ୍ଚିତା ହୋଇଥିଲେ ମୋନାଲିସା। ସେତେବେଳେ ବି ସେ ସଂଘର୍ଷ କରୁଥିଲେ। ଏଥିପାଇଁ ସେ ଓଡ଼ିଶା ଆସିଥିଲେ। ଏହି ସିନେମାରେ ମିହିର ଦାସ,ଶ୍ରୀତମ୍‌ ଦାସ,ପିଣ୍ଟୁ ନନ୍ଦ ଓ ଜ୍ୟୋତି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ।

ବଙ୍ଗଳା ସିନେମାରେ କାମ କରୁଥିବାବେଳେ ହିଁ ମୋନାଲିସା ଓରଫ ଅନ୍ତରା ଓଡ଼ିଆ ମନୋରଞ୍ଜନ ଶିଳ୍ପ ସହିତ ଜଡ଼ିତ ହୋଇଥିଲେ। ଓଡ଼ିଆ ସିନେମାରେ କାମ କରିବା ବେଳେ ତାଙ୍କୁ ଦର୍ଶକ ଅନ୍ତରା ନାମରେ ଜାଣିଥିଲେ। ତାଙ୍କୁ ନିର୍ଦ୍ଦେଶକ ବବି ଇସ୍‌ଲାମ୍‌ ‘ରଙ୍ଗ୍‌ ନମ୍ବର’ଚଳଚ୍ଚିତ୍ରରେ ଏକ ଆଇଟମ୍‌ ନମ୍ବର ଲାଗି ଚୁକ୍ତିବଦ୍ଧ କରିଥିଲେ। ଏଥିରେ ତାଙ୍କର ହଟ୍‌ ଆଇଟମ୍‌ ଗୀତ ପାଇଁ ବେଶ ଚର୍ଚ୍ଚିତା ହୋଇଥିଲେ ମୋନାଲିସା। ସେତେବେଳେ ବି ସେ ସଂଘର୍ଷ କରୁଥିଲେ। ଏଥିପାଇଁ ସେ ଓଡ଼ିଶା ଆସିଥିଲେ। ଏହି ସିନେମାରେ ମିହିର ଦାସ,ଶ୍ରୀତମ୍‌ ଦାସ,ପିଣ୍ଟୁ ନନ୍ଦ ଓ ଜ୍ୟୋତି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶାନ୍ତିରାଜ ଖୋସଲା।

ଏହାପରେ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ ଏହି ନାମୀ ନାୟିକାଙ୍କୁ ତାଙ୍କ ନିର୍ଦ୍ଦେଶିତ ଏକମାତ୍ର ଓଡ଼ିଆ ସିନେମା ‘ଜୟ ଶ୍ରୀରାମ’ରେ ନାୟକ ବବି ମିଶ୍ରଙ୍କ ବିପକ୍ଷରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମରେ ସେ ଖୁବ୍‌ ଭଲ ଅଭିନୟ କରିଥିଲେ ବି ପରେ ମୋନାଲିସାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିନାହାଁନ୍ତି ଦର୍ଶକ। ଏହା ଅବଶ୍ୟ ଭିନ୍ନ କଥା ଯେ ଏଥିରେ ତାଙ୍କର ଭୂମିକାଟି ବେଶି ଗୁରୁତ୍ୱପୂର୍ଣ୍ଣ ନଥିଲା।‘ଜୟ ଶ୍ରୀରାମ’ରେ ନାୟକ ବବି ମିଶ୍ର ଏବଂ ନାୟିକା ଅନ୍ତରାଙ୍କ ବ୍ୟତୀତ ମିହିର ଦାସ,ରାଇମୋହନଏବଂ ଉଷସୀ ମିଶ୍ର ପ୍ରମୁଖଙ୍କୁ ବି ଦେଖିବାକୁ ପାଇଥିଲେ ସିନେପ୍ରେମୀ। ଏହାର ସଂଳାପ ଲେଖିଥିଲେ ଡ଼ ସୁବୋଧ ପଟ୍ଟନାୟକ ଏବଂ ଅମରେନ୍ଦ୍ର ମହାନ୍ତି ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ତେବେ ଅନ୍ତରା ଓରଫ ମୋନାଲିସାଙ୍କ ଅଭିନୀତ ଉକ୍ତ ସିନେମା ଦୁଇଟି କିନ୍ତୁ ଫ୍ଲପ୍‌ ହୋଇଥିଲା ,ଯେଉର୍ କାରଣରୁ ପରବର୍ତ୍ତୀ ସମୟରେ ତାଙ୍କୁ ଅନ୍ୟ କେହି ଓଡ଼ିଆ ପ୍ରଯୋଜକ ନିଜ ଛବିରେ ନେବାକୁ ଆଗ୍ରହ ଦେଖାଇନଥିଲେ। କେବଳ ଏହି ଦୁଇଟି ଓଡ଼ିଆ ଛବିରେ ନଜର ଆସିଛନ୍ତି ଆଜିକାର ଭୋଜପୁରୀ ସୁପରଷ୍ଟାର୍‌ ମୋନାଲିସା। ଏହାପରେ ମୋନାଲିସା ବଲିଉଡକୁ ବି ଯାଇ ଏକ ଆଡଲ୍ଟ ସିନେମାରେ କାମ କରିଥିଲେ। ସେଥିରେ ସେ ତାଙ୍କର ସ୍କ୍ରନ୍‌ ନାଆଁ ରଖିଥିଲେ ମୋନାଲିସା। ଏହାପରେ ଅନ୍ତରା ମୋନାଲିସାଭାବେ ପରିଚିତା ହେଲେ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.