ଚର୍ଚ୍ଚାରେ ବିଦୁସ୍ମିତାଙ୍କ ନୂଆ ଆଇଟମ୍‌ ନମ୍ବର

ଭୁବନେଶ୍ୱର: ଆଲ୍‌ବମ୍‌ ଦୁନିଆଁରେ ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲେ ଜଣେ ନାୟିକା ଓଲିଉଡରେ ବିଶେଷ ସଫଳତା ସେ ପାଇନାହାନ୍ତି,ତଥାପି ଓଡ଼ିଆ ଦର୍ଶକ ମହଲରେ ତାଙ୍କର ରହିଛି ଜବରଦସ୍ତ କ୍ରେଜ୍‌ । ତାଙ୍କର ହଟ୍‌ ଅନ୍ଦାଜରେ ଘାଇଲା ହୁଅନ୍ତି ଦର୍ଶକ । ଏଠାରେ ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆପଣଙ୍କୁ ଜଣାଉଛୁ ସେ ଆଉ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ଓଲିଉଡ଼୍‍ ଇଣ୍ଡଷ୍ଟ୍ରିର ‘ସେକ୍ସି ବିଲ୍ଲି ’ଅର୍ଥାତ୍‌ ହଟ୍‌ ଅଭିନେତ୍ରୀ ବଦୁସ୍ମିତା।

ଆଲ୍‌ବମ୍‌ ଜଗତରେ ସଫଳ ହେବାପରେ ବିଦୁସ୍ମିତା ପାଦ ଥାପିଥିଲେ ଓଡ଼ିଆ ସିନେମାରେ। ତାଙ୍କୁ ଇତିମଧ୍ୟରେ ବେଶ୍‌ କେତୋଟି ଓଡ଼ିଆ ସିନେମାରେ ଆଇଟମ୍‌ ଗାର୍ଲ ଭାବେ ଦେଖିସାରିଛନ୍ତି ତାଙ୍କର ପ୍ରଶଂସକ। ଏଥିସହିତ ଓଡ଼ିଆ ସିନେମା ‘ବଧୂ ନୁହେଁ ବନ୍ଧୁ’ରେ ବି ସେ ନାୟିକା ରୂପରେ ଅବତୀର୍ଣ୍ଣ ହୋଇଥିଲେ,ଯାହାର କି ନିର୍ଦ୍ଦେଶନା ଦେଇଥିଲେ ଶୈଳେନ୍ଦ୍ର।ସେହି ପାରିବାରିକ କାହାଣୀ ଭିତ୍ତିକ ସିନେମାରେ ସୁନ୍ଦରୀ ବିଦୁସ୍ମିତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇଥିଲେ ଅଭିନେତା ରାଜାଙ୍କୁ । ହେଲେ ସେହି ଓଡ଼ିଆ ଛବି କେବେ ରିଲିଜ୍‌ ହେଲା ବା କେବେ ପରଦାରୁ ଉଠିଗଲା ତାହା ଜାଣି ପାରି ନଥିଲେ ସିନେପ୍ରେମୀ। ତେବେ ସେ ଯାହା ହେଉନା କାହିଁକି ବିଦୁସ୍ମିତା ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଛନ୍ତି।
ତେବେ ଏଯାବତ୍‌ ସେ ଯେତେ ସିନେମାରେ ଆଇଟମ୍‌ ନମ୍ବର୍‌ କରିଛନ୍ତି,ସେଥିମଧ୍ୟରୁ ବେଶି ଚର୍ଚ୍ଚିତ ହୋଇଥିଲା -ଆଇଟମ୍‌ ଗୀତ ମୁଁ ସେକ୍ସି ବିଲ୍ଲି..ମିଆଉଁ ମିଆଉଁ ….ମତେ ଜମା ଛୁଅଁନା …।ଏଥିସହିତ ଏବେ ପୁଣିଥରେ ବିଦୁସ୍ମିତାଙ୍କୁ ଆଉ ଗୋଟିଏ ଓଲିଉଡ଼୍‍ ସିନେମା ଜରିଆରେ ଆଇଟମ୍‌ ଭୂମିକାରେ ସେମାନଙ୍କର ପ୍ରଶଂସକ ଦେଖିବାକୁ ପାଇବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏହି ଗୀତଟି ରହିଛି।

ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ପ୍ରଯୋଜିତ ତଥା ସରୋଜକାନ୍ତଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା‘ତୋ ପ୍ରେମରେ ପଡ଼ିଲା ପରେ’ରେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ। ଏହି ଫିଲ୍ମର ଆଇଟମ୍‌ ନମ୍ବରର ପ୍ରଥମ ଧାଡ଼ି ହେଲା- ଚିପୁ ଚିପୁ ଚିପି ଦେଲା,ବେଲୁନୁ ଗଲା ଫାଟି ଲୋ…..।ତେବେ ଏଥିରେ କଣ୍ଠଦାନ କରିଛନ୍ତି ପ୍ରତିଭାବାନ୍‌ କଣ୍ଠଶିଳ୍ପୀ ସଞ୍ଜୁ ମହାନ୍ତି। ଏଥିସହିତ ଏହି ଗୀତରେ ପୁଣିଥରେ ବିଦୁସ୍ମିତାଙ୍କ ହଟ୍‌ ଅନ୍ଦାଜ୍‌ ଦର୍ଶକଙ୍କୁ ଘାଇଲା କରିପାରେ ବୋଲି ଦର୍ଶକ ମହଲରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର