ପତ୍ରକାରଙ୍କୁ ଉଚିତ ଜବାବ ଦେଲେ ବିଦ୍ୟା!

ମୁମ୍ବାଇ: ବିଦ୍ୟା ବାଲନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବହୁତ ଉତ୍ସୁକ ଅଛନ୍ତି। ଏହାର ପ୍ରୋମସୋନ କାମରେ ଜୋରସୋର ବ୍ୟସ୍ତ ଅଛନ୍ତି ବିଦ୍ୟା। ଏକ ଆଓ୍ଵାର୍ଡ ସୋ’ରେ ନିଜ ଫିଲ୍ମକୁ ପ୍ରୋମଟ କରିବାକୁ ଆସିଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ପତ୍ରକାର ବିଦ୍ୟାଙ୍କୁ ଏକ ଅଭୁତ ପ୍ରଶ୍ନ ପଚାରିଥିଲେ। ବିଦ୍ୟା ପତ୍ରକାରଙ୍କର ଉକ୍ତ ପ୍ରଶ୍ନର ଉଚିତ ଜବାବ ଦେଇଛନ୍ତି।

ପତ୍ରକାର ବିଦ୍ୟାଙ୍କୁ ପଚାରିଥିଲେ ‘ଆପଣ କେବେ ନିଜ ଓଜନ କମାଇ ଏକ ପତଳା ଶରୀରରେ ବୋଲ୍‌ଡ ଅବତାରରେ ଚଳଚ୍ଚିତ୍ରରେ ଦେଖାଦେବେ।’ ଏହାର ପ୍ରତିଉତ୍ତରରେ ବିଦ୍ୟା ବାଲନ ବହୁ ଶାନ୍ତ ଭାବେ କହିଥିଲେ, “ମୁଁ ବହୁତ ଖୁସି ହେବି ଯଦି ଆପଣ ମହିଳାମାନଙ୍କୁ ରହି ଥିବା ଆପଣଙ୍କର ଚିନ୍ତାଧାରକୁ ପରିବର୍ତ୍ତନ କରିଦେବେ। ମୁ ଯେଉଁ ପ୍ରକାରର ଚରିତ୍ରରେ ଅଭିନୟ କରୁଛି ସେଥିରେ ମୁଁ ଖୁସି ଅଛି , ତେବେ ଓଜନ କମେଇବା ଏବଂ ମହିଳା-କେନ୍ଦ୍ରିତ ଫିଲ୍ମର କୌଣସି ସଂପର୍କ ନାହିଁ ।’’

 

ସମ୍ବନ୍ଧିତ ଖବର