ହୃଦଘାତର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବାପା, ୫୫ବର୍ଷରେ ଚାକିରି ଚାଲିଯିବା ପରେ ସାହାରା ବନିଥିଲେ ବିଦ୍ୟା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବାପା ପି.ଆର୍‌ ବାଲାନ ହଠାତ୍‌ ହୃଦ୍‌ଘାତର ଶିକାର ହେବା ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି । ସୋମବାର ରାତିରେ ପି.ଆର୍‌ ବାଲାନଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇ ଯିବାରୁ ତାଙ୍କୁ ପରିବାର ଲୋକେ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ ହୃଦ୍‌ଘାତର ଶିକାର ହୋଇଥିବା ଡ଼ାକ୍ତର ସ୍ପଷ୍ଟ କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ୨୦୧୭ରେ ଏକ ସାକ୍ଷାତକାରରେ ପି.ଆର୍‌ ବାଲାନ ବିଦ୍ୟାଙ୍କୁ ନେଇ ଅନେକ ଖୁଲାସା କରିଥିଲେ । ତାଙ୍କର ଦୁଇଟି ଝିଅ (ବିଦ୍ୟା ଏବଂ ପ୍ରିୟା) ହୋଇଥିବାରୁ ସମସ୍ତେ ତାଙ୍କୁ ପୁଅ କଥା ଭାବିବା ପାଇଁ କହିଥିଲେ । କିନ୍ତୁ ସେ କେବେ ପୁଅ ଆଶା କରି ନଥିଲେ । ୫୫ବର୍ଷରେ ଯେତେବେଳେ ପି.ଆର୍‌ ବାଲାନଙ୍କ ଚାକିରି ଚାଲି ଯାଇଥିଲା, ସେତେବେଳେ ଘର ଚଳାଇବା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା । ସେ ସମୟରେ ବିଦ୍ୟା ଘରର ସବୁ କଥା ବୁଝିବା ସହ ତାଙ୍କୁ ସାହାରା ଦେଇଥିବା କଥା ଜଣାଇଥିଲେ ।

ସମ୍ବନ୍ଧିତ ଖବର