ଦୁଇ କୋଟି ଦାନ କରିବେ ବିଗ୍‌ ବି; ୧ କୋଟି ସହିଦଙ୍କ ବିଧବା ପତ୍ନୀଙ୍କ ସକାଶେ, ଜାଣନ୍ତୁ ଅନ୍ୟ ୧ କୋଟି କାହା ପାଇଁ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଅଭିନୟ ପାଇଁ ତ ପୁଣି କେତେବେଳେ ନିଜର ସୋସିଆଲ ମିଡିଆର କାର୍ଯ୍ୟକଳାପ ଲାଗି ସେ ଚର୍ଚ୍ଚିତ ହୋଇଛନ୍ତି। ତେବେ ଅମିତାଭ ଏବେ ସମାଜ ସେବା ଦିଗରେ ମନ ବଳାଇଥିବାର ନଜର ଆସୁଛନ୍ତି। ଏବେ ଏହି ମହାନାୟକ ଦୁଇ କୋଟି ଟଙ୍କା ଦାନ କରିବେ ବୋଲି ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ଜଣାଇଛନ୍ତି। ସେ ଏଥିମଧ୍ୟରୁ ୧ କୋଟି ଟଙ୍କା ସହିଦଙ୍କ ବିଧବା ପତ୍ନୀ ଏବଂ ୧ କୋଟି ଟଙ୍କା ଗରିବ କୃଷକ ପରିବାରଙ୍କୁ ପ୍ରଦାନ କରିବେ। ଏଥିଲାଗି ସେ ଏନ୍‌ ଜି ଓମାନଙ୍କ ସହ ଯୋଗାଯୋଗ କରିଛନ୍ତି।

ଯେଉଁ ସଂସ୍ଥା ତାଙ୍କ ପ୍ରଦତ୍ତ ଅର୍ଥ ସଠିକ୍‌ ଲୋକଙ୍କ ପାଖରେ ପହଞ୍ଚାଇବ ତାହା ଜରିଆରେ ଏହି ଅର୍ଥ ବିନିଯୋଗ କରିବେ ଅମିତାଭ ସୂଚନା ଦେଇଛନ୍ତି। କୃଷକମାନଙ୍କ ଋଣ ପଇଠ ଲାଗି ସେ ଏହି ଅର୍ଥ ବିନିଯୋଗ କରିବେ ବୋଲି କୁହାଯାଉଛି। ତେବେ ଏ ସଂପର୍କରେ ବିଗ୍‌ ବି ଅଧିକ ସୂଚନା ଦେଇ ନାହାନ୍ତି। ଅମିତାଭ ଏକଥା ନିଜର ଟ୍ୟୁଟରରେ ଏକ ଲେଖା ଜରିଆରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର