ମୁମ୍ବାଇ: ବିଗ୍ ବସ୍ ସିଜନ୍ -୧୨ ଆଜି ଠାରୁ ଆରମ୍ଭ ହେବ। ଆଜି ତାହାର ପି୍ରମିୟର ସୋ’ ଦେଖିବାକୁ ପାଇବେ ଦର୍ଶକ। କିଛି ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛି ଏବଂ କିଛି ପ୍ରତିଯୋଗୀଙ୍କୁ ନେଇ ଏବେ ମଧ୍ୟ ଦ୍ୱନ୍ଦ ରହିଛି। ତେବେ ପ୍ରିମିୟର ସୋ’ ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛ ଟିଭି ଚ୍ୟାନେଲ ଆଜ୍ ତକ୍ ମାଧ୍ୟମରେ। ସମୁଦାୟ ୧୮ ଜଣ ପ୍ରତିଯୋଗୀଙ୍କୁ ନେଇ ଲୋନାୱାଲାରେ ବିଗ ବସ ସେଟରେ ପ୍ରିମିୟର ସୋ’ ସୁଟ କରାଯାଇ ସରିଛି। ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ସେଲିବ୍ରେଟି ଏବଂ ସଧାରାଣ ଲୋକଙ୍କୁ ଦେଖିବାକୁ ମିଳିବ। ସବୁଠାରୁ ଖାସ କଥା ହେଉଛି ଏହି ଥର ଭିନ୍ନ ପ୍ରକାରର ଟୁଇଷ୍ଟ ରହିଛି। ଯାହାକି ଭିନ୍ନ ଭିନ୍ନ ଯୋଡ଼ିଙ୍କୁ ନେଇ। ତେବେ ଆସନ୍ତୁ ଜାଣିବା ପ୍ରତିଯୋଗୀଙ୍କ ନାମ।
Sambad is now on WhatsApp
Join and get latest news updates delivered to you via WhatsApp
ଦୀପିକା କକ୍କର ଏବଂ ଇବ୍ରାହିବ, ନେହା ପେଣ୍ଡସେ, ଗରଣବୀର ଗୋହରା, ସୃଷ୍ଟି ରୋଡ଼େ, ଅନୁପ ଜୋଲେଟା, ଶ୍ରୀସନ୍ତ, ଜସଲିନ ମଠରୁ, ସୁରଭି ରାଣା ଓ କୀର୍ତ୍ତି ବର୍ମା, ରୋଶମୀ ବନିକ ଓ ମିତଲ ଜୋଶୀ, ଦୀପକ ଠାକୁର ଓ ଉର୍ବସୀ ବାଣୀ, ଶୀଭାଶିଷ ମିଶ୍ରା ଓ ସୌରଭ ପଟେଲ, ସଭା ଖାନା ଓ ସୋଭି ଖାନ, ରେମିଲ ଚୌଧରୀ ଓ ର୍ନିମଳ ସିଂ।