‘ମନ୍‌ମର୍ଜିଆଁ’ର ସ୍କ୍ରିନିଂ ପରେ ଅଭିଷେକଙ୍କ ସହ କଥା ହେଲେ ନାହିଁ ବାପା ଅମିତାଭ,ପରେ କଥା ହେବି କହି ଚାଲି ଯାଇଥିଲେ

ମୁମ୍ବାଇ : ଦୁଇ ବର୍ଷ ପରେ ଫିଲ୍ମ ‘ମନ୍‌ମର୍ଜିଆଁ’ ଜରିଆରେ ଅଭିନେତା ଅଭିଷେକ ବଚ୍ଚନ ପରଦାକୁ ଫେରୁଥିବା ବେଳେ ତାଙ୍କର ଏହି ଫିଲ୍ମକୁ ନେଇ ଅନେକ ଆଶା ରଖିଛନ୍ତି ତାଙ୍କର ପ୍ରଶଂସକ । ତେବେ ଫିଲ୍ମଟି ସେପ୍ଟେମ୍ବର ୧୪ରେ ରିଲିଜ ହେବାକୁ ଥିବା ବେଳେ ପୂର୍ବରୁ ଏହାର ସ୍କ୍ରିନିଙ୍ଗ ରଖା ଯାଇଥିଲା । ଏହି ସ୍ୱତନ୍ତ୍ର ସ୍କ୍ରିନିଂରେ ଅନେକ ବଡ଼ ବଡ଼ କଳାକାର ନଜର ଆସିଥିଲେ । ସେମାନଙ୍କ ମଧ୍ୟରେ ନଜର ଆସିଥିଲେ ଅଭିଷେକଙ୍କ ବାପା ତଥା ବିଗ୍‌ ବି ଅମିତାଭ ବଚ୍ଚନ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଥିଲା ଫିଲ୍ମ ଦେଖିବା ପରେ ବିଗ୍‌ ବିଙ୍କ ପ୍ରତିକ୍ରିୟା ।

NYOOOZ

ଫିଲ୍ମ ଦେଖିବା ପରେ ବିଗ୍‌ ବି ଚୁପ୍‌ ହୋଇଯିବା ସହ କିଛି କହି ନଥିଲେ । ଫିଲ୍ମ ସରିବା ପରେ ସେ କିଛି ସମୟ ଚୁପ୍‌ ରହିଥିଲେ । ଯେତେବେଳେ ଅଭିଷେକ ବିଗ୍‌ ବିଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚାହିଥିଲେ, ସେ ସେତେବେଳେ କହିଥିଲେ ମୁଁ ତୁମ ସହ ପରେ କଥା ହେବି। ସୂଚନା ମୁତାବକ, ଫିଲ୍ମରେ ଅଭିଷେକଙ୍କ ଅଭିନୟକୁ ଦେଖି ବିଗ୍‌ ବି ଖୁବ୍‌ ଖୁସି ଏବଂ ଗର୍ବିତ ହୋଇଥିଲେ । ଅଧିକ ଖୁସି ହୋଇ ସେ କିଛି କହି ପାରି ନ ଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର