ସୋସିଆଲ ସାଇଟ୍‌ରେ ବିଗ୍‌ବସ୍‌-୧୧ର ବିଜେତା ଶିଳ୍ପା ସିନ୍ଦେ କାହିଁକି ପର୍ଣ୍ଣ ଲିଙ୍କ୍‌ ସେୟାର କରିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ପୁଣିଥରେ ବିଗ୍‌ବସ୍‌-୧୧ ବିଜେତା ଶିଳ୍ପା ସିନ୍ଦେକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଥରକ ରିୟଲିଟି ସୋ’କୁ ନେଇ ନୁହେଁ, ବରଂ ସୋସିଆଲ ସାଇଟ୍‌ରେ ସେ ଏକ ଲିଙ୍କ୍‌ ସେୟାର କରିବାକୁ ନେଇ ଆଲୋଚନା ଚାଲିଛି।

ସୂଚନାଯୋଗ୍ୟ, କିଛିଦିନ ହେବ ଏକ ଏମଏମଏସ୍‌ ଘୁରି ବୁଲିଛି। ଏଥିରେ ନଜର ଆସୁଥିବା ମହିଳାଙ୍କୁ ଶିଳ୍ପା ସିନ୍ଦେ ବୋଲି କୁହାଯାଉଛି। ତେବେ ଏହି ଭିଡିଓର ସେଫେଇ ଦେବାକୁ ଯାଇ ଶିଳ୍ପା ଟୁଇଟରରେ ଏମିତି ଏକ ଲିଙ୍କ୍‌ ସେୟାର କରିଛନ୍ତି ଯାହାକୁ ନେଇ ସେ ଟ୍ରୋଲରେ ରହିଛନ୍ତି। ଶିଳ୍ପା ତାଙ୍କ ଟୁଇଟର ପୋଷ୍ଟରେ ଏକ ଏମଏମଏସ ଭିଡିଓର ଲିଙ୍କ ସେୟାର କରିଛନ୍ତି।

ଶିଳ୍ପା କହନ୍ତି, ଘୁରି ବୁଲୁଥିବା ଏମଏମଏସ୍‌ଟି ମୋର ବୋଲି କୁହାଯାଉଛି। ତେବେ ମୁଁ ବାସ୍ତବ ଭିଡିଓ ସେୟାର କରିଛି। ଏହି ଭିଡିଓରରେ ଯେଉଁ ମହିଳା ଅଛନ୍ତି ତାହା ଆପଣ ସ୍ପଷ୍ଟ ଭାବେ ଦେଖି ପାରିବେ। ତେବେଏହି ଭିଡିଓକୁ ଦେଖନ୍ତୁ, ତା’ପରେ ଯାଇ ଜାଣିପାରିବେ ଯେଉଁ ଲୋକମାନଙ୍କର କିଛି କାମ ଧନ୍ଦା ନଥାଏ, ସେମାନେ ଏଭଳି ଅନ୍ୟମାନଙ୍କ ଜୀବନକୁ ନଷ୍ଟ କରି ଥାଆନ୍ତି ବୋଲି କହିଛନ୍ତି ଶିଳ୍ପା।

ଶିଳ୍ପାଙ୍କ ଏହି ଟୁଇଟକୁ ନେଇ ଲୋକମାନେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଏହାକୁ ନେଇ ଅଭିନେତ୍ରୀ ହିନା ଖାନ୍‌ ଓ ତାଙ୍କ ବୟଫ୍ରେଣ୍ଡ ମଧ୍ୟ ଶିଳ୍ପା ପର୍ଣ୍ଣ ସେୟାର କରୁଥିବା ନେଇ ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର