ବିଗ୍‌ବସ୍‌ ହାଉସ୍‌ରୁ ବାହାରିବା ପରେ ବି ଏକତ୍ର ଦିଶିଲେ ଏହି ମଧୁର ଯୋଡ଼ି, ଦୀପକ ଠାକୁର ଓ ସୋମି ଖାନ୍‌ଙ୍କ ଫଟୋ ଭାଇରାଲ୍‌

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ରିୟାଲିଟି ସୋ’ ‘ବିଗ୍‌ବସ୍‌’ର ସିଜିନ୍‌ ୧୨ ସମାପ୍ତ ହୋଇଯାଇଛି। ବିଜୟିନୀ ହୋଇଛନ୍ତି ଟେଲି ଅଭିନେତ୍ରୀ ଦୀପିକା କକ୍କର। ତେବେ, ପ୍ରତିବର୍ଷ ପରି ଏବର୍ଷ ବି ବିଗ୍‌ବସ୍‌ ହାଉସ୍‌ରେ ଦେଖିବାକୁ ମିଳିଥିଲା ସଂପର୍କର ବନ୍ଧନ। ଭାଇଭଉଣୀ, ସାଙ୍ଗସାଥୀ ଓ ପ୍ରେମ ସଂପର୍କ। ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ବିଗ୍‌ବସ୍‌ ହାଉସ୍‌ରେ ଦେଖିବାକୁ ମିଳିଥିଲା ବିହାର ମୁଜାଫର୍‌ନଗରର ଦୀପକ ଠାକୁର ଓ ଜୟପୁରର ସୋମି ଖାନଙ୍କ ମଧୁର ସଂପର୍କ। ଦୀପକ ଏକତରଫା ଭାବେ ସୋମିଙ୍କୁ ପ୍ରେମ କରୁଥିଲେ। ସେ ତାଙ୍କୁ ପ୍ରେମ ନିବେଦନ ବି କରିଥିଲେ। ମାତ୍ର ସୋମି ତାଙ୍କ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ।

 

ଦୀପକ ଓ ସୋମିଙ୍କୁ ଯେଉଁମାନେ ଏକାଠି ଦେଖିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଖୁସି ଖବର। କାହିଁକି ନା, ଦୀପକ ଓ ସୋମି ବିଗ୍‌ବସ୍‌ ହାଉସ୍‌ରୁ ବାହାରିବା ପରେ ଏବେ ରାଜସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛନ୍ତି। ଇତିମଧ୍ୟରେ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଛି କି ନାହିଁ ତାହା ତ ଆମେ ଜାଣୁନା ମାତ୍ର ଏକ ଆଲବମ୍‌ ସୁଟିଂ ପାଇଁ ସେମାନଙ୍କୁ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି। ଆଲବମ୍‌ ପାଇଁ କଣ୍ଠଦାନ କରିବେ ବିଗ୍‌ବସ୍‌-୧୨ର ଅନ୍ୟତମ ପ୍ରତିଯୋଗୀ ତଥା ଭଜନ ସମ୍ରାଟ ଅନୁପ ଜୋଲଟା।

ସମ୍ବନ୍ଧିତ ଖବର