ଏହି କାରଣ ପାଇଁ ୫୦ଲକ୍ଷରୁ ବଢ଼ି ୧କୋଟି ହେଲା ବିଗ୍‌ ବସ୍‌ର ପୁରସ୍କାର ରାଶି

ମୁମ୍ବାଇ : କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଛୋଟ ପରଦାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ । ଦର୍ଶକେ ନିଜ ନିଜ ପସନ୍ଦର ସେଲିବ୍ରିଟିମାନଙ୍କୁ ଦେଖିବା ପାଇଁ ଅନାଇ ବସିଛନ୍ତି । ବିଗ୍‌ ବସ୍‌ ଘରକୁ ଯିବା ପରେ ସେଠାରେ ହେଉଥିବା ଡ୍ରାମା, ଝଗଡ଼ା ଓ ପ୍ରେମ ସୋ’ର ଟିଆର୍‌ପିକୁ ବଢ଼ାଇଥାଏ । ପ୍ରତି ବର୍ଷ ସୋ’ର ନିର୍ମାତା କିଛି ଭିନ୍ନ କରିବା ପାଇଁ ଚିନ୍ତା କରିଥାନ୍ତି । ଗତ ଦୁଇ ବର୍ଷରେ ବିଗ୍‌ ବସ୍‌କୁ ଆସିବା ପାଇଁ ସାଧାରଣ ଲୋକମାନଙ୍କୁ ସୁଯୋଗ ମିଳୁଥିବା ବେଳେ ଚଳିତ ବର୍ଷ ବିଗ୍‌ ବସ୍‌ରେ କେବଳ ସେଲିବ୍ରିଟିମାନଙ୍କୁ ଦେଖିବେ ଦର୍ଶକେ । ଚଳିତ ବର୍ଷ ବିଗ୍‌ ବସ୍‌ର ସୁଟିଂ ଗୁଡ଼୍‍ଗାଓଁରେ ହେବ ବୋଲି ଜଣା ପଡ଼ିଛି । ଏହା ସହ ସୋ’ର ବିଜେତାଙ୍କୁ ମିଳୁଥିବା ପୁରସ୍କାର ରାଶିକୁ ମଧ୍ୟ ବଢ଼ାଯାଇଥିବା ଜଣା ପଡ଼ିଛି । ପୂର୍ବରୁ ବିଜେତାଙ୍କୁ ୫୦ଲକ୍ଷ ଟଙ୍କା ମିଳୁଥିବା ବେଳେ ଚଳିତ ବର୍ଷ ହେବାକୁ ଥିବା ବିଜେତାଙ୍କୁ ୧କୋଟି ଟଙ୍କା ମିଳିବି ।

Image result for salman khan
Deccan Chronicle

ତେବେ ସେଲିବ୍ରିଟିମାନେ ସୋ’କୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁ ନଥିବାରୁ ସୋ’ର ନିର୍ମାତା ଏଭଳି ବାଟ ଆପଣାଇଥିବା ଜଣା ପଡ଼ିଛି । ଏହା ସହ ଚଳିତ ବର୍ଷ ବିଗ୍‌ ବସ୍‌ର ପ୍ରସାରଣ ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ରାତି ୯ଟାରେ ବିଗ୍‌ ବସ୍‌ର ପ୍ରସାରଣ ହେଉଥିବା ବେଳେ ଏବେ ବିଗ୍‌ ବସ୍‌ର ପ୍ରସାରଣ ରାତି ୧୦ଟାରୁ ଆରମ୍ଭ ହେବ । ସେପ୍ଟେମ୍ବର ୨୯ରୁ ସୋ’ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର