ହନୁମାନଙ୍କ ଜନ୍ମସ୍ଥଳୀରେ ହଟ୍‌ ଡ୍ରେସ୍‌ରେ ପିନ୍ଧି ଫଟୋ ଉଠାଇଲେ ସେଲିବ୍ରିଟି , ଜାଣନ୍ତୁ କ’ଣ ମିଳୁଛି ପ୍ରତିକ୍ରିୟା

ନୂଆଦିଲ୍ଲୀ: ‘ବିଗ୍‌ବସ୍‌’ ସିଜନ୍‌-୧୦ରେ ପ୍ରତିଯୋଗୀ ଥିବା ନିତିଭା କୋଲ ନିଜର ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ବିବାଦରେ ଅଛନ୍ତି। କର୍ଣ୍ଣାଟକରେ ଛୁଟି କଟାଇବାକୁ ଯାଇ ନିତିଭା ହନୁମାନଙ୍କ ଜନ୍ମସ୍ଥଳୀରେ ଏକ ହଟ ଫଟୋ ଉଠାଇଛନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାନ୍‌ଫଲୋୟୋର୍ସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ନିତିଭା ଇନଷ୍ଟାଗ୍ରାମରେ ନିଜର ଲେଟେଷ୍ଟ ହଲିଡେ ଟ୍ରିପ୍‌ର କିଛି ଫଟୋ ସେୟାର କରିଥିଲେ। ଫଟୋରେ ନିତିଭା କର୍ଣ୍ଣାଟକର ନୋକରଣାରେ ଦୃଶ୍ୟକୁ ଦେଖି ଖୁବ୍‌ ଖୁସି ଥିବା ଦେଖିବାକୁ ମିଳିଛି। ସେ ଏହି ଫଟୋଗୁଡ଼ିକ ମଧ୍ୟରେ ଏପରି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହନୁମାନ ଜନ୍ମସ୍ଥଳୀ ଉପରେ ଆକର୍ଷଣୀୟ ଶୈଳୀରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି। ତେବେ ଧାର୍ମିକସ୍ଥଳୀରେ ତାଙ୍କ ହଟ୍‌ ଡ୍ରେସ୍‌ ପରିଧାନକୁ ନେଇ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ବିଗ୍‌ବସ୍‌ ୧୦ରେ ନିତିଭାଙ୍କ ମନବୀର ଗୁର୍ଜରଙ୍କ ସହିତ ଅଫେୟାର ଥିବା ନେଇ ଚର୍ଚ୍ଚା ଚାଲିଥିଲା। ନିତିଭା ତାଙ୍କ କୋ- କନ୍‌ଟେଷ୍ଟ ମନୁ ପଞ୍ଜାବି ସହିତ ମିଶି ଗତ ବର୍ଷ ଏମ୍‌ଟିଭି ସୋ’ରେ ‘ଡେଟ୍‌ ଟୁ ରିମେମ୍ବର’ରେ ଉପସ୍ଥାପକ ଭାବେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର