ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ସପ୍‌ନା ଚୌଧୁରୀ,ଏହି କାରଣକୁ ନେଇ ଥିଲେ ଚିନ୍ତିତ

ମୁମ୍ବାଇ : ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସପ୍‌ନା ଚୌଧୁରୀ କିଛି ଦିନ ହେବ ନିଜ ନୃତ୍ୟ କଳାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ଦେଖା ଯାଉଥିବା ବେଳେ ବିଗ୍‌ ବସ୍‌ ପରେ ତାଙ୍କୁ ଅଧିକ ଲୋକ ଜାଣିବା ଆରମ୍ଭ କରିଛନ୍ତି । ବିଗ୍‌ ବସ୍‌ ପାଇଁ ସେ ବଡ଼ ବଡ଼ ଷ୍ଟେଜ୍‌ ସୋ’ କରିପାରିଛନ୍ତି ବୋଲି ସପ୍‌ନା ସ୍ୱୀକାର କରିବା ସହ ଥରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି।

The Indian Express

ସୂଚନା ମୁତାବକ, ତାଙ୍କର ଏକ ଗୀତକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଥିଲା। ଏହା ପରେ ତାଙ୍କ ଫୋନକୁ ଅଶ୍ଲୀଳ ମେସେଜ ଏବଂ ହତ୍ୟା ଧମକ ଆସିବାକୁ ଲାଗିଥିଲା । ସବୁ ଦିନ ଏପରି ଘଟିବାରୁ ବିରକ୍ତ ହୋଇ ସପ୍‌ନା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୋସିଆଲ ମିଡ଼ିଆରେ ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ତାଙ୍କ ପରିବାରକୁ ମଧ୍ୟ ଅସମ୍ମାନ କରାଯାଇଥିଲା । ନିଜର କୌଣସି ଦୋଷ ନ ଥାଇ ମଧ୍ୟ ତାଙ୍କୁ ଦୋଷୀ କରାଯାଇଥିବାରୁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସିଥିଲା ।

ସମ୍ବନ୍ଧିତ ଖବର