ଗୀତ ଜରିଆରେ ପିଲାଙ୍କୁ ସ୍ୱରବର୍ଣ୍ଣ ଶିଖାଉଛନ୍ତି ଶିକ୍ଷକ, ତାଳି ମାରି ସମର୍ଥନ ଜଣାଇଲେ ବିଗ୍‌ ବି

0 495

ପାଟ୍‌ନା: ଇଣ୍ଟରନେଟ୍‌ରେ ଆଜିକାଲି ବିଭିନ୍ନ ଧରଣର ମଜାଦାର ଭିଡିଓ ସବୁ ଦେଖିବାକୁ ମିଳୁଛି। କିଛି ଭିଡିଓ ଶିକ୍ଷଣୀୟ ହୋଇଥିବା ବେଳେ ଆଉ କିଛି ମଜାଦାର ମଧ୍ୟ। ମାତ୍ର ଏମିତି ବି ଭିଡିଓ ଅଛି ଯାହା ଶିକ୍ଷଣୀୟ ବି ମଜାଦାର ବି। ବିହାରର ଜଣେ ଶିକ୍ଷକ ଯେଉଁଭଳି ଭାବେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଭିଡିଓଟି ଏବେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଭାଇରାଲ୍‌ ହୋଇଛି।

 

ଭିଡିଓରେ ଦେଖିବାକୁ ମିଳିଛି କି ଶିକ୍ଷକ ଜଣକ ଗୀତ ଗାଇ ଗାଇ ସ୍ୱରବର୍ଣ୍ଣ(aeiou) ଶିଖାଇବାରେ ଲାଗିଛନ୍ତି। ସେ ଏହି ଅକ୍ଷଣଗୁଡ଼ିକୁ ଗୀତର ଧାଡ଼ିରେ ଖଞ୍ଜିବା ସହ ସ୍ୱରରେ ସଜାଇଛନ୍ତି ଶିକ୍ଷକ। ଗୀତ ଗାଇ ଗାଇ ପିଲାଙ୍କୁ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ଭିତରର ପାର୍ଥକ୍ୟକୁ ଶିକ୍ଷକ ବୁଝାଇଛନ୍ତି। ଭିଡିଓଟିକୁ ସେୟାର୍‌ କରିଛନ୍ତି କବି କୁମାର ବିଶ୍ୱାସ। ଏହାକୁ ସମର୍ଥନ କରି ଟୁଇଟର୍‌ରେ ତାଳି ମାରିବାର ଇମୋଜି ଦେଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.