ଯୌନ ଶୋଷଣ ମାମଲାରେ ବିକାଶ ବହଲ ଦୋଷୀ , ଜାଣନ୍ତୁ କିଏ କହିଲେ ଏକଥା 

ମୁମ୍ବାଇ: ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ସୁପର-୩୦ର ନିର୍ଦ୍ଦେଶକ ବିକାଶ ବହଲ । କଙ୍ଗନା ଏବଂ ଜଣେ ମହିଳା ନିର୍ଦ୍ଦେଶକ ତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଏବେ ଫ୍ୟାଣ୍ଟମ୍‌ ଫିଲ୍ମସର ପାର୍ଟନର୍‌ ବିକ୍ରମାଦିତ୍ୟ ମୋଟଓ୍ଵାନୀ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ ଟ୍ଵିଟର୍‌ରେ କ୍ଷମା ପ୍ରାର୍ଥନା କରିଛନ୍ତି।

ବିକ୍ରମାଦିତ୍ୟ ମୋଟଓ୍ଵାନୀ କହିଛନ୍ତି ଯେ ସେ ନିଜର ସୁଟିଂ ସେଟ୍‌ରେ ମହିଳାମାନଙ୍କୁ ସୁରକ୍ଷା ଦେବାର ଭରସା ଦେଇଥାନ୍ତି । କିନ୍ତୁ ଉକ୍ତ ମହିଳାଙ୍କ ସହିତ ଯାହା ବି ଘଟିଥିଲା,ତାକୁ ନେଇ ସେ ଖୁବ୍‌ ଲଜ୍ଜିିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୌନ ଶୋଷଣ ମାମଲାରେ ବିକାଶ ହେଲେ ଦୋଷୀ। ବିକାଶ ତାଙ୍କର ଭରସାକୁ ଭାଙ୍ଗିଛନ୍ତି ଓ ଉକ୍ତ ମହିଳାଙ୍କର ଜୀବନ ବରବାଦ୍‌ କରିଛନ୍ତି। ଏହି ମାମଲାରେ ସେ କେବଳ କ୍ଷମା ପ୍ରର୍ଥନା ହିଁ କରି ପାରିବେ ଓ ଭବିଷ୍ୟତରେ ଏଭଳି ଘଟଣା ଯେପରି ତାଙ୍କ ସେଟ୍‌ରେ ନ ଘଟେ ସେଥିପ୍ରତି ସତର୍କ ଦୃଷ୍ଟି ଦେବେ।

୨୦୧୫ରେ ଏହି ଘଟଣା ଘଟିଥିଲା। କିନ୍ତୁ ପ୍ରଥମ ଥର ପାଇଁ ୨୦୧୭ ମାର୍ଚ୍ଚରେ ତାଙ୍କୁ ଏହି ଖବର ମିଳିଥିଲା। ଅନୁରାଗ କଶ୍ୟପ ଏକଥା ଫୋନ୍‌ରେ ତାଙ୍କୁ କହିଥିଲେ।

ଏକଥା ଜାଣିବାପରେ ଫ୍ୟାଣ୍ଟମ୍‌ ଫିଲ୍ମସର ତିନି ପାର୍ଟନର୍‌ ମଧୁ ମଣ୍ଟେନା,ଅନୁରାଗ କଶ୍ୟପ ଓ ବିକ୍ରମାଦିତ୍ୟ ମୋଟଓ୍ଵାନୀ ବସି ଆଲୋଚନା କରିଥିଲେ। ସେମାନେ ବିକାଶ ବହଲଙ୍କୁ ଫ୍ୟାଣ୍ଟମ୍‌ ଫିଲ୍ମସରୁ ସସପେଣ୍ଡ୍‌ କରିଦେଲେ। ଏବେ ସେ ଏହି ବ୍ୟାନରର ସିନେମା ପ୍ରଯୋଜନା କରିପାରିବେ ନାହିଁ କି ନିର୍ଦ୍ଦେଶନା ବି ଦେଇପାରିବେ ନାହିଁ।

 

ସମ୍ବନ୍ଧିତ ଖବର