ଅକ୍ଷୟଙ୍କ ୨୦୧୭ର କେଉଁ ସିନେମା ବିଲ୍‌ ଗେଟସ୍‌ଙ୍କ ପସନ୍ଦ

ନୂଆଦିଲ୍ଲୀ: ୨୦୧୭ରେ ଅଭିନେତା ଅକ୍ଷୟ କୁମାରଙ୍କର ହିଁ ଥିଲା ବୋଲି ତାଙ୍କର ପ୍ରଶଂସକମାନେ କହୁଛନ୍ତି। ବର୍ଷର ପ୍ରାରମ୍ଭରେ ଅକ୍ଷୟଙ୍କ ଅଭିନୀତ ‘ରୁସ୍ତମ’ ସିନେମା ନ୍ୟାସନାଲ ଆଓ୍ଵାର୍ଡ ପ୍ରାପ୍ତ କରିଥିଲା। ବର୍ଷ ଶେଷ ହେବାକୁ ଆସୁଥିବା ବେଳେ ଅକ୍ଷୟଙ୍କ ନିଷ୍ଠାପର କାର୍ଯ୍ୟ ପୁଣି ଚର୍ଚ୍ଚାରେ ରହିଛି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ ଗେଟସ୍‌ ଅକ୍ଷୟ କୁମାର ‘ଟଏଲେଟ ଏକ ପ୍ରେମ କଥା’ର ଖୁବ୍‌ ପ୍ରଶଂସା କରିଛନ୍ତି।

ନିକଟରେ ବିଲ୍‌ ଗେଟସ୍‌ ଏମିତି କିଛି ଟୁଇଟ ଓ ଖବର ସମ୍ପର୍କରେ କହିଛନ୍ତି। ଯାହା ତାଙ୍କୁ ୨୦୧୭ରେ ବେଶ୍‌ ପ୍ରଭାବିତ କରିଥିଲା। ଏହି କ୍ରମରେ ତାଙ୍କୁ ଅକ୍ଷୟ କୁମାର ଓ ଅଭିନେତ୍ରୀ ଭୁମି ପେଡନେକର ଅଭିନୀତ ସିନେମା ‘ଟଏଲେଟ ଏକ ପ୍ରେମ କଥା’ର ବହୁ ପସନ୍ଦ ଆସିଛି ବୋଲି କହିଛନ୍ତି। ସିନେମାର ପ୍ରଶଂସା କରି ବିଲ୍‌ ଗେଟସ୍‌ ଲେଖିଛନ୍ତି, ‘ଟଏଲେଟ ଏକ ପ୍ରେମ କଥା’ ହେଉଛି ବଲିଉଡ୍‌ର ଏକ ସିନେମା। ଯାହା ଏକ ନବବିବାହିତା ଦମ୍ପତିଙ୍କ କାହଣୀ ସହିତ ଯୋଡ଼ି ହୋଇଛି। ଏହା ଭାରତର ସାନିଟେସନ୍‌ ସମସ୍ୟାକୁ ଦର୍ଶକୁ ଅବଗତ କରାଇଛି। ଏତଦ୍‌ ବ୍ୟତୀତ ବିଲ୍‌ ଗେଟସ୍‌ ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ୍‌’ ନାମକ ଏକ ଆଟିକଲ ସେୟାର କରି ଟୁଇଟ କରିଛନ୍ତି। ଯେଉଁଥିରେ ସିନେମା ଓ ସିନେମା ସହିତ ଯୋଡ଼ି ହୋଇଥିବା ସାମଜିକ ଘଟଣାକୁ ଆଲୋଚନା କରିଛନ୍ତି।

ଅକ୍ଷୟ କୁମାର ୨୦୧୭ରେ ତିନିଟି ସିନେମା କରିଥିଲେ। ବର୍ଷ ଆରମ୍ଭରେ ତାଙ୍କ ‘ଜାଲି ଏଲଏଲବି ୨’କୁ ଦର୍ଶକ ବହୁ ପସନ୍ଦ କରିଥିଲେ। ଏହି ସିନେମା ବକ୍ସ ଅଫିସରେ ପାଖାପାଖି ୧୯୭କୋଟିର ବ୍ୟବସାୟ କରିଥିଲା। ଏହାପରେ ସେ ‘ନାମ ସାବନା’ ସିନେମାରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ପରେପରେ ଅକ୍ଷୟଙ୍କ ସିନେମା ‘ଟଏଲେଟ ଏକ ପ୍ରେମ କଥା’ ସମସ୍ତଙ୍କ ମନ ଜିଣିଥିଲା। ଏହି ସିନେମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଭାରତ ଅଭିଯାନ ଉପରେ ଆଧାରିତ ଥିଲା।

 

ସମ୍ବନ୍ଧିତ ଖବର