ଐଶ୍ୱର୍ଯ୍ୟାଙ୍କ ହାତରୁ ଚାଲିଗଲା ଏହି ସୁପରହିଟ୍‌ ଫିଲ୍ମର ରିମେକ୍‌, ବାଜି ମାରିଲେ ବିପାଶା

ମୁମ୍ବାଇ : କିଛି ଦିନ ତଳେ ଖବର ଆସିଥିଲା କି ୧୯୬୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ୍ଵ କୌନ୍‌ ଥି’ର ରିମେକ୍‌ ହେବାକୁ ଯାଉଛି । ପ୍ରଥମ ଭାଗରେ ଅଭିନେତା ମନୋଜ କୁମାର ଏବଂ ଅଭିନେତ୍ରୀ ସାଧନା ଅଭିନୟ କରିଥିବା ବେଳେ ଏହାର ଦ୍ୱିତୀୟ ଭାଗରେ ଐଶ୍ୱର୍ଯ୍ୟା ନଜର ଆସିବେ ବୋଲି ଜଣା ପଡ଼ିଥିଲା । କିନ୍ତୁ ଏବେ ଖବର ଆସିଛି କି ଐଶ୍ୱର୍ଯ୍ୟା ଏହି ଫିଲ୍ମ କରିବା ପାଇଁ ମନା କରି ସାରିଛନ୍ତି ।

Veblr

ମିଳିଥିବା ଖବରରୁ ଜଣାପଡ଼ିଛି କି ଫିଲ୍ମ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଖୁବ୍‌ ଶୀଘ୍ର ସୁଟିଂ ଆରମ୍ଭ ହେବ । ଏହା ସହ ଐଶ୍ୱର୍ଯ୍ୟା ଏହି ଫିଲ୍ମ ଛାଡ଼ିବା ପରେ ତାଙ୍କ ସ୍ଥାନରେ ଫିଲ୍ମ ନିର୍ମାତା ହରର୍‌ କୁଇନ୍‌ ବିପାଶା ବସୁଙ୍କୁ ନେଇଥିବା ଜଣାପଡ଼ିଛି । ଏତେ ଦିନ ପରେ ବିପାଶା ପରଦାକୁ ଫେରୁଥିବାରୁ ତାଙ୍କ ପ୍ରଶଂସକମାନେ ଉତ୍ସୁକ ଥିବା ମନେ ହେଉଛି । ଏହି ଫିଲ୍ମରେ ବିପାଶାଙ୍କ ବିପକ୍ଷରେ କ୍ରି-ଅର୍ଜ ଏଣ୍ଟରଟେଣ୍ଟମେଣ୍ଟ ପ୍ରଯୋଜକ ଅର୍ଜୁନ ଏନ୍‌ କପୁର ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର